Home ଅପରାଧ ସରପଞ୍ଚ ସ୍ୱମୀ ଓ ତାଙ୍କର ଜଣେ ସମର୍ଥକଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ...

ସରପଞ୍ଚ ସ୍ୱମୀ ଓ ତାଙ୍କର ଜଣେ ସମର୍ଥକଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ ଦଶପଲ୍ଲା ଜଙ୍ଗଲରୁ ଗିରଫ

192

କଟକ୨୬ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତର କଂଗ୍ରେସ ସମର୍ଥକ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱମୀ ଭଗବାନ ଓ ତାଙ୍କର ଜଣେ ସମର୍ଥକଙ୍କୁ ହତ୍ୟା ଅଭିଯୋଗରେ ୩ ଜଣ ଦଶପଲ୍ଲା ଜଙ୍ଗଲରୁ ଗିରଫ । ନୟାଗଡ଼ ଦଶପଲ୍ଲା ଜଙ୍ଗଲରୁ ତାରିଆ ପ୍ରଧାନ, ପପୁ ପ୍ରଧାନ ଓ ଟେରା ବେହେରା ଙ୍କୁ ହତ୍ୟା ଅପରାଧ ମାମଲାରେ ପୁଲିସ ଗିରଫ କରିଛି । ପୂର୍ବରୁ ଉକ୍ତ ମାମଲାରେ ୪ ଜଣ ଗିରଫ ହୋଇଥିଲେ ।

 

ସୁଚନାଯୋଗ୍ୟ- କଟକ ଜିଲ୍ଲା ବାଙ୍କୀ ବ୍ଲକ୍ ନୂଆଗାଁ ଗ୍ରାମପଞ୍ଚାୟତର କଂଗ୍ରେସ ସମର୍ଥକ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱମୀ ଭଗବାନ ସ୍ୱାଇଁ ଓ ତାଙ୍କର ଜଣେ ସହଯୋଗୀ ଆଦିତ୍ୟ କୁମାର ରଣସିଂହଙ୍କୁ ଦିନ ଦ୍ୱିପ୍ରହରରେ କେତେକ ବିଜେଡ ଗୁଣ୍ଡା ମାନେ ଗତ ୧୫ ତାରିଖରେ ହତ୍ୟା କରିଥିବା ବାଙ୍କୀ ଥାନାରେ କେସ୍ ନଂ- ୩୯/୨୦୨୦ ରେ ଅଭିଯୋଗ ହୋଇଥିଲା । ପୁଲିସ ଉକ୍ତ ଘଟଣାରେ ପକ୍ଷପାତ କରିବାରୁ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ନେତା ତଥା ଆଇନଜୀବି ନିଶିକାନ୍ତ ମିଶ୍ରଙ୍କ ନେତୃତରେ ଏକ ପ୍ରତିନିଧି ଦଳ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ସାକ୍ଷାତ କରି ଉକ୍ତ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଦାବି ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.