Home ଓଡ଼ିଶା ଜାମସେଦପୁର ଠାରେ ପିଏନ୍ଜି, ସିଏନ୍ଜି ପ୍ରକଳ୍ପର ଉଦ୍ଘାଟନ ଏବଂ ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ ଜାମସେଦପୁରର...

ଜାମସେଦପୁର ଠାରେ ପିଏନ୍ଜି, ସିଏନ୍ଜି ପ୍ରକଳ୍ପର ଉଦ୍ଘାଟନ ଏବଂ ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ ଜାମସେଦପୁରର ଉଜ୍ଜଳା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବ ଏଲ୍ପିଜି ବଟଲିଂ ପ୍ଲାଂଟ – ଧର୍ମେନ୍ଦ୍ର ପ୍ରଧାନ

126

– ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମାଣ ହେବାକୁ ଥିବା ୧୨୫ କିମି ଲମ୍ବ ପୁଋଲିଆ-ଜାମସେଦପୁର ସ୍ପରଲାଇନ କାର୍ଯ୍ୟର ଶୁଭାରମ୍ଭ
– ସିଏନ୍ଜି ଓ ପିଏନଜି ଦ୍ୱାରା ପରିବେଶ ସୁରକ୍ଷିତ ହେବା ସହ ଲୋକଙ୍କୁ ଶସ୍ତା ଇନ୍ଧନ ଉପଲବ୍ଧ ହେବ
– ପାଣି ଭଳି ଘରେ ଘରେ ନଳରେ ପହଁଚିବ ରନ୍ଧନ ଗ୍ୟାସ
– ନୂଆ ଜାମସେଦପୁର ବନାଇବାରେ ମୋଦି ଓ ରଘୁବର ଉଦ୍ୟମରତ
– ପୂର୍ବ ଭାରତକୁ ଅଧିକ ପ୍ରଧାନ୍ୟ ଦେବାରେ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ

ଜାମସେଦପୁର, ନଭେମ୍ବର ୦୧ (ଓଡ଼ିଆ ପୁଅ) – ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ପାଇପଲାଇନ(ପିଏନ୍ଜି) ଏବଂ ସିଏନଜି ଷ୍ଟେସନର ଉଦଘାଟନ କରିବା ସହ ୧୬୧.୫୦ କୋଟି ଟଙ୍କା ବ୍ୟୟରେ ଏଚ୍ପିସିଲ ଦ୍ୱାରା ନିର୍ମିତ ହେବାକୁ ଥିବା ଏଲପିଜି ବଟଲିଂ ପ୍ଲାଂଟର ଶିଳନ୍ୟାସ କରିଛନ୍ତି। ଏହି ଅବସରରେ ଗେଲ୍ ଇଣ୍ଡିଆ ଦ୍ୱାରା ନିର୍ମାଣ ହେବାକୁ ଥିବା ୧୨୫ କିମି ଲମ୍ବା ପୁଋଲିଆ-ଜାମସେଦପୁର ସ୍ପରଲାଇନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ଶ୍ରୀ ପ୍ରଧାନ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଚପିସିଏଲର ବଟଲିଂ ପ୍ଲାଂଟ ଜାମସେଦପୁରର ଏବଂ ଆଖପାଖ ଅଂଚଳର ଉଜ୍ଜଳା ଯୋଜନା ଲାଭାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାବ୍ୟତିତ ସିଏନଜି ଓ ପିଏନଜି ଦ୍ୱାରା ଏଠାରେ ପରିବେଶ ସୁରକ୍ଷିତ ରହିବ ଏବଂ ଲୋକଙ୍କୁ ଶସ୍ତା ଇନ୍ଧନ ଉପଲବ୍ଧ ହେବ। ଆଜି ଉଦଘାଟିତ ପ୍ରକଳ୍ପ ଦ୍ୱାରା ପାଇପରେ ପାଣି ଆସିବା ଭଳି ଅନୁରୂପ ଭାବେ ଲୋକମାନଙ୍କ ଘରେ ମଧ୍ୟ ପାଇପ ସାହାଯ୍ୟରେ ରନ୍ଧନ ଗ୍ୟାସ ପହଁଚିବ। ସେହିପରି ସହରରେ ସିଏନଜି ଗ୍ୟାସ ଉପଲବ୍ଧ ହେବ ଯଦ୍ୱାରା ଅଟୋ ଚାଳକମାନେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଜାମସେଦପୁର ବନାଇବାରେ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉଦ୍ୟମରତ। ମୁମ୍ବାଇ, ଚେନ୍ନାଇ ତଥା ବାଙ୍ଗାଲୋର ଭଳି ମେଟ୍ରୋ ସିଟି ମାନଙ୍କରେ ଲୋକମାନେ ଯେପରି ଅତ୍ୟାଧୁନିକ ସୁବିଧା ପାଉଛନ୍ତି ଜାମସେଦପୁର ଭଳି ସ୍ଥାନରେ ମଧ୍ୟ ଏଭଳି ସୁବିଧା ଉପଲବ୍ଧ ହେବ। ଜାମସେଦପୁର ସହରର ବିଭିନ୍ନ ଉଦ୍ୟୋଗରେ ମଧ୍ୟ ଗ୍ୟାସ ଆଧାରିତ ଇନ୍ଧନ ପହଁଚୁ ଏହା ସରକାରଙ୍କ ଲକ୍ଷ୍ୟ। ଜାମସେଦପୁର ଠାରେ ୨୨୧ କୋଟି ଟଙ୍କା ବ୍ୟୟରେ ଏପରି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ମୋଦି ସରକାର ପୂର୍ବ ଭାରତକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି। କେବଳ ପିଏନଜି, ସିଏନ୍ଜି ନୁହେଁ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ତଥା ରାସ୍ତାଘାଟ, ରେଳ, ଘରକୁ ପାଣି, ବିମାନ ସେବାର କାମ ପୂର୍ବ ଭାରତରେ ତ୍ୱରାନ୍ୱିତ ହୋଇଛି। ଦେଶର କୋଟି ଘରେ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ଗ୍ୟାସ ପହଁଚିପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.