Home ଜିଲ୍ଲା ପରିକ୍ରମା ଶାରଦୀୟ ବିଶେଷାଙ୍କ ସାଂସ୍କୃତିକ ପତ୍ରିକା “ବିରଜା ଜ୍ୟୋତି” ଲୋକାର୍ପିତ

ଶାରଦୀୟ ବିଶେଷାଙ୍କ ସାଂସ୍କୃତିକ ପତ୍ରିକା “ବିରଜା ଜ୍ୟୋତି” ଲୋକାର୍ପିତ

66

ଯାଜପୁର୧ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗବେଷଣାଧର୍ମୀ ସାଂସ୍କୃୃତିକ ବିଶେଷାଙ୍କ ପତ୍ରିକାର ଉନ୍ମୋଚନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ସେ କହିଥିଲେ ଯେ, ପଞ୍ଚ ‘ବ’ ରେ ଯାଜପୁରର ପରମ୍ପରା ରହିଚ୍ଥି। ଯେପରି ପଚାର ଓ ପ୍ରସାର ହେବା କଥା ଏଠାରେ ହୋଇନାହିଁ। ତେଣୁ ଆମେ ସମସ୍ତେ ଏହାର ପ୍ରଚାର ଓ ପ୍ରାସର ପାଇଁ ଚେଷ୍ଟା କରିବା। ‘ମା’ ଙ୍କ ଉପରେ ଭଜନ ଲେଖିବା ମା’ ବିରଜାଙ୍କ ଦୟା ବୋଲି କହିଥିଲେ। ସେ ଭାବ ବିହ୍ୱଳ ହୋଇ ମା’ ବିରଜାଙ୍କ ପବିତ୍ର ମାଟିକୁ ପ୍ରଣାମ କରୁଚ୍ଥି ବୋଲି କହିପକାଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୂର୍ବତନ ଦୂରଦର୍ଶନ ନିର୍ଦ୍ଦେଶକ ଏ. ମହେଶ୍ୱର ରାଓ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ, ପ୍ରପେଂସର ବିଜୟ କିଶୋର ସାମଲ ଯୋଗଦେଇ ମା’ ବିରଜାଙ୍କର ମହିମା ବଖାଣିବା ସହିତ ତାଙ୍କର କୃପା ଭିକ୍ଷା କରିଥିଲେ। ଏହି ବୈଠକଟିକୁ ପରିଚାଳନା କରିଥିଲେ ବରିଷ୍ଠ ନାଗରିକ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ। ଡଃ ଜ୍ଞାନ ରଂଜନ ପତି ଅତିଥି ପରିଚୟ ଦେବା ସଂଗେ ସଂଗେ ମା’ ଙ୍କର ଶ୍ଳୋକ ଆବୃତ୍ତି କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାସଙ୍କ ରଚିତ ମା’ ବିରଜାଙ୍କ ଭଜନ ସି.ଡି. ମଧ୍ୟ ଉନ୍ମୋଚିତ ହୋଇଥିଲା। ପରେ ପରେ ସମ୍ୱର୍ଦ୍ଧନା ପର୍ବରେ ଜିଲ୍ଲାପାଳ ଶ୍ରୀ ଦାସଙ୍କୁ ମା’ ଙ୍କର ମହିମା ଭଜନ ପ୍ରଚାର ଓ ପ୍ରସାର ପାଇଁ ଅଙ୍ଗଲାଗି ବସ୍ତ୍ର ପ୍ରଦାନ କରାଯାଇ ସମ୍ୱର୍ଦ୍ଧିତ କରାଯାଇ୍‌ଥିଲା। ସେହିପରି ଶାସ୍ତ୍ରୀୟ ସଂଗୀତଜ୍ଞ ଏ. ମହେଶ୍ୱର ରାଓ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସଂଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକଙ୍କୁ ମଧ୍ୟ ଅନୁରୂପ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସୂର‌୍ୟ୍ୟମଣି ଖୁଣ୍ଟିଆ, ପାଣ୍ଡବ ଚରଣ ସାହୁ, ପ୍ରପୁଂଲ ସାମଲ, ସବ୍ୟସାଚି ମହାପାତ୍ର, ଗିରିଧାରୀ ସ୍ୱାଇଁ,  ବୃନ୍ଦାବନ ମିଶ୍ର, ରବିନ୍ଦ୍ର କୁମାର ମହାରଣା, ପ୍ରବୋଧ କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ପାଠୀ, ଉଦୟ ନାଥ ପରିଡା,  ହୃଷିକେଶ ପତି, ରବିନ୍ଦ୍ର କୁମାର ମହାରଣା, ଶୁଭଶ୍ରୀ ଦାସ, ଅଧିକାରୀ ନବକିଶୋର ଦାସ, ହରିହର ବେହେରା, ଗୋଲକ ପ୍ରସାଦ ସାହୁ, ଅକ୍ଷୟ କୁମାର ମିଶ୍ର, ମନୋରଂଜନ ପତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ମନମୁଗ୍ଧକର ବୈଠକରେ ଉପସ୍ଥିତ ଥିଲେ। ଶେଷରେ ଡଃ ଜ୍ଞାନ ରଂଜନ ପତି ଧନ୍ୟବାଦ ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.