Home ଓଡ଼ିଶା ଚୋରା ଗଞ୍ଜେଇ ଜବତ

ଚୋରା ଗଞ୍ଜେଇ ଜବତ

254

ସୁନ୍ଦରଗଡ଼,୦୪/୦୯,(ଓଡ଼ିଆ ପୁଅ ପି ନାଏକ): ସୁନ୍ଦରଗଡ ଜିଲ୍ଲା ସୀମାନ୍ତ ସମଡେଗାରୁ ୧୮୦ କିଲୋଗ୍ରାମ ଗଞ୍ଜେଇ ଜବତ । କୁତ୍ରା ସଲଗାବାହାଲ ରାସ୍ତା ଦେଇ ଝାଡଖଣ୍ଡ ସମଡେଗାକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ସମଡେଗା ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଫରିଦାବାଦର ରୁଷମ ଯାସଦବ ଓ ବିହାରର ଗୁନ୍ଦୁ ଚୌଧୁରୀ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ । ଏକ କାରରେ ଗଞ୍ଜେଇ ବିହାରକୁ ଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଯଣାପଡିଛି । ଅନୁଗୁଳ ଜିଲ୍ଲାରୁ ଏହି ଗଞ୍ଜେଇ ଆସିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.