Home ଜିଲ୍ଲା ପରିକ୍ରମା ଖଣ୍ଡପଡ଼ା ମଧୂବନ କ୍ରୀଡ଼ାଙ୍ଗନାର ସୌନ୍ଦର୍ଯ୍ୟକରଣକୁ ଅଣଦେଖା

ଖଣ୍ଡପଡ଼ା ମଧୂବନ କ୍ରୀଡ଼ାଙ୍ଗନାର ସୌନ୍ଦର୍ଯ୍ୟକରଣକୁ ଅଣଦେଖା

149

ନୟାଗଡ଼, ୨୯ା୭ : (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସହରର ବିଭିନ୍ନ ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ସରକାରୀ ଗୃହ, ପାଚେରୀ ଏବଂ କାନ୍ଥରେ ଝୋଟି ଓ ଚିତ୍ରକଳାର ଚାରୂଚିତ୍ରପଟ୍ଟ ଆଙ୍କି ସହରର ପରିବେଶକୁ ସୌନ୍ଦର୍ଯ୍ୟକରଣ କରିବା ଏବଂ ପଥଚାରୀମାନଙ୍କୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ସ୍ଥାନୀୟ ଅଂଚଳର ଏøତିହ୍ୟ, କଳାକୃତି ଓ ସଂସ୍କୃତିକୁ ନେଇ ଏହି ଚିତ୍ରପଟ୍ଟ ଅଙ୍କାଯାଇଥିବାବେଳେ ଚିତ୍ରପଟ, ଝୋଟିର ଭାବରୁହିଁ ସେହି ଅଂଚଳର ପରିଚୟ ଜଣାପଡ଼ିଥାଏ। ଯାହାକି ଆଗନ୍ତୁକଙ୍କୁ ସେହି ଅଂଚଳର କଳାନୈପୁଣ୍ୟତା ବିଷୟରେ ଜାଣିବା ସହ ଅଧିକ ଆକୃଷ୍ଟ କରିଥାଏ। ମାତ୍ର ଖଣ୍ଡପଡ଼ାରେ କିନ୍ତୁ ଏହି କଳା ନୈପୁଣ୍ୟତାକୁ ହତାଦର କରାଯିବା ସହ ଅଙ୍କାଯାଇଥିବା ଚିତ୍ରପଟ୍ଟକୁ କୋଣଠେସା କରାଯାଇଥିବା ନେଇ ବହୁ ସଂସ୍କୃତିପ୍ରେମୀ ଅସନ୍ତୋଷ ପ୍ରକଟ କରିଛନ୍ତି। ଏହାର ଠୋସ ପ୍ରମାଣ ଦେଖିବାକୁ ମିଳିଛି ଖଣ୍ଡପଡ଼ା ମଧୁବନ କ୍ରୀଡ଼ାଙ୍ଗନାରେ। ଖଣ୍ଡପଡ଼ା ପ୍ରଶାସନର ଅଣଦେଖା କି ଖାମଖିଆଲି ମନୋଭାବ ହେଉ କିମ୍ବା ଉଦାସୀନତା ବା ଅନାଗ୍ରହ ଯୋଗୁଁ ହେଉ ଖଣ୍ଡପଡ଼ା ପରିବେଶର ସୌନ୍ଦର୍ଯ୍ୟକୁ କେତେଯେ ହତାଦର କରାଯାଉଛି ତାହା ମଧୂବନ କ୍ରୀଡ଼ାଙ୍ଗନାରେ ଦେଖିବାକୁ ମିଳିଛି। ଖଣ୍ଡପଡ଼ା ସହରର ଉପକଣ୍ଠରେ ହୋଇଥିବା ମଧୂବନ କ୍ରୀଡ଼ାଙ୍ଗ୍‌ନା ପଡ଼ିଆ ଏବେ ନିଷ୍ପ୍ରଭ, ଅସ୍ୱାସ୍ଥ୍ୟ ପରିବେଶ ମଧ୍ୟରେ ପୋତିହୋଉ ପଡ଼ିଛି। ବିଭିନ୍ନ ପ୍ରକାର ଅନାବଶ୍ୟକ ଗଛ ଲତା ପାଚେରୀରେ ଅଙ୍କା ଯାଇଥିବା କଳାକୃତିକୁ ଦୃଷ୍ଟି ଗୋଚର ପାଇଁ ବାଧକ ସାଜିଥିବାବେଳେ ଅଳିଆ ଆବର୍ଜନା ପକାଇବା ପାଇଁ ପାଚେରୀ କାନ୍ଥ ଯେମିତି ଏକ ଉତ୍କୃଷ୍ଟ ସ୍ଥାନ ପାଲଟିଛି। ଏହା ପାଖରେ ଥିବା ଏକ ନଳକୂପ ଏଠାରେ ଖେଳ ସମୟରେ ଖେଳାଳୀ ମାନଙ୍କ ପାଇଁ ଏବଂ ଜନସାଧାରଣଙ୍କ ମାନଙ୍କ ପାଇଁ ଜଳ ଉତ୍ସ ଭାବେ ବ୍ୟବହାର ହେଉଥିବାବେଳେ ତାହା ମଧ୍ୟ ଅକାମୀ ହୋଇ ପଡ଼ି ରହିଛି। ଯେକେହି କ୍ରୀଡ଼ାଙ୍ଗନାର ପାରିପାଶ୍ୱିର୍କ ପରିବେଶ ଦେଖୁଛି ପଠାଣି ସାମନ୍ତଙ୍କ ମାଟିରେ ଏମିତି ଯେ ପରିବେଶକୁ ହତାଦର କରାଯାଇପାରେ ତାହାକୁ ନେଇ ଅନେକ ଆପତ୍ତି ଅଭିଯୋଗ କରୁଛନ୍ତି। ଖାଲି କ୍ରୀଡ଼ାଙ୍ଗନାର ବାହାର ପରିବେଶ ନୁହେଁ ଭିତର ଆବର୍ଜନାପୂର୍ଣ୍ଣ ବି। ଏହି ମଧୂବନ କ୍ରୀଡ଼ାଙ୍ଗନର ପଡ଼ିଆରେ ଖଣ୍ଡପଡ଼ାର ଗରିମାକୁ ନେଇ ଏଠାରେ ରାଜ୍ୟସ୍ତରୀୟ ତଥା ଜାତୀୟସ୍ତରର ବିଭିନ୍ନ ପ୍ରକାର ଖେଳ ପ୍ରତିଯୋଗୀତା ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟ ଓ ଜାତୀୟ ସ୍ତରୀୟ ନେତାଙ୍କୁ ନେଇ ବଡ଼ ବଡ଼ ସମାବେଶର ଆୟୋଜନ କରିବା ପାଇଁ ଏହି କ୍ରୀଡ଼ାଙ୍ଗନା ହିଁ ପ୍ରକୃଷ୍ଠ କ୍ଷେତ୍ର ବୋଲି ବିବେଚନା କରାଯାଇଥାଏ। ଏହି ଖଣ୍ଡପଡ଼ା ପୀଠ ଯୋଗଜନ୍ମା ଜ୍ୟୋତିର୍ବିଦ୍ ପଠାଣି ସାମନ୍ତଙ୍କ ଜନ୍ମସ୍ଥାନ ହୋଇଥିବାରୁ ଏଠାକୁ ବହୁ ପର୍ଯ୍ୟଟକ ଆସିବା ସହିତ ଏହି ରାସ୍ତାଦେଇ ଶ୍ରୀଜଗନ୍ନାଥଙ୍କ ଆଦିପୀଠ କଂଟିଲୋର ନୀଳମାଧବଙ୍କ କ୍ଷେତ୍ର, ଗୋକୁଳାନନ୍ଦ ପୀଠ, ଯୋଗିଯୋଗିଆଣୀ ପୀଠ, ଶରଣକୁଳର ଲଡ଼ୁବାବା, ନୟାଗଡ଼ର ଦକ୍ଷିଣକାଳୀ, ଓଡ଼ଗାଁର ରଘୁନାଥ ପୀଠକୁ ପର୍ଯ୍ୟଟକମାନେ ଆସିଲାବେଳେ ଏହି ରାସ୍ତାଦେଇ ଗଲାବେଳେ କ୍ରୀଡ଼ାଙ୍ଗନା ପରିବେଶର ଏପରି ଅବ୍ୟବସ୍ଥା ଦେଖି ଦୃଶ୍ୟ କଟୁ ହୁଏ ବୋଲି ମତବ୍ୟକ୍ତ କରନ୍ତି। ଏପରି ଏକ ମନୋରମ ସ୍ଥାନରେ ଥିବା କ୍ରୀଡ଼ାଙ୍ଗନା ପଡ଼ିଆର ରକ୍ଷଣାବେକ୍ଷଣ ସହ ପରିବେଶର ଉନ୍ନତିକରଣ ପାଇଁ ସବୁ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.