Home ଜିଲ୍ଲା ପରିକ୍ରମା ଆଦିବାସୀ ଯୁବକ ମୁତ୍ରଥଳି ରୁ ଅପରେସନ କରି ଡାକ୍ତର ବାହାର କଲେ ଦେଢକେଜି ଓଜନର ପଥର

ଆଦିବାସୀ ଯୁବକ ମୁତ୍ରଥଳି ରୁ ଅପରେସନ କରି ଡାକ୍ତର ବାହାର କଲେ ଦେଢକେଜି ଓଜନର ପଥର

317

ମାଲକାନଗିରି,୬ା୧୨ (ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଗରିବ ଆଦିବାସୀ  ଯୁବକ ମୁତ୍ରଥଳି ରୁ ଆଜି ଅପରେସନ କରି ଡାକ୍ତରମାନେ ଦେଢକେଜି ଓଜନ ର ଏକ ପଥର ବାହାର କରିଛନ୍ତି, ଏହି ବିରଳ ପଥର ଟିକୁ ଦେଖିବା ପାଇଁ ଆଜି ମେଡିକାଲରେ ଲୋକମାନଙ୍କର ଭିଡ ଲାଗିଥିଲା । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ଆଦିବାସୀ ଅଧ୍ୟୁଷିତ କିଆଙ୍ଗ ଗ୍ରାମର ବାସିନ୍ଧା ଇର୍ମାପଡିଆମୀ କୋୟା ଆଦିବାସୀ ସଂପ୍ରଦାୟର,ବହୁତ ଗରିବ ଜମିବାଡି ସେମିତି କିଛି ନାହିଁ,ପର ଘରେ ମୂଲ ମଜୂରୀ ଲାଗି ପରିବାର ପ୍ରତି ପୋଷଣ କରନ୍ତି, ତାଙ୍କ ପୁଅ ଦେବାପଡିଆମୀ(୨୦) ଙ୍କର ଗତ୧୦ବର୍ଷ ତଳେ ମୁତ୍ରାଶୟ ଫୁଲିବା ସହିତ ଯନ୍ତ୍ରଣା ଆରମ୍ଭ ହେଲା, ଅନେକ ଦିଶାରୀ ଗୁଣିଆ ଦେଖାଇ ବା ସହିତ ବଇଦ ଡାକ୍ତର ଔଷଧ ଖାଇ ଭଲ ହେଲା ନାହିଁ, ପାଖରେ ଯାହା ବାସନ କୁସନ,ଗାଇ ଗୋରୁ ଥିଲା ବିକ୍ରୀ କରିଦେଲେ ହେଲେ ରୋଗ କମିବା ପରିବର୍ତେ ଦିନକୁ ଦିନ ଯନ୍ତ୍ରଣା ବଢିଚାଲିଲା, ଦେବା ପଡିଆମି ପରିଶ୍ରା କଲାବେଳେ ଅଧିକ ଯନ୍ତ୍ରଣା ହେବାରୁ ଗତ ୫ବର୍ଷତଳେ ପାଠପଢା ଛାଡିଦେଇ ଘରେ ବସିରହିଥିଲେ ।  ଅର୍ଥ କାହିଁ ଯେ ଭଲକରିବା ପାଇଁ ବଡ ଡାକ୍ତରଖାନକୁ ନେବ, ଗ୍ରାମବାସୀ ମାନଙ୍କ ସହାଯ୍ୟରେ ଇର୍ମାପଡିଆମି ମାଲକାନଗିରି ହସପିଟାଲରେ ଚିକତ୍ସା ପାଇଁ ଗତ ଦୁଇଦିନତଳେ ଭର୍ତିକଲେ । ସର୍ଜରୀ ବିଶେଜ୍ଞ ଡାକ୍ତର ସପନକୁମାର ଧିଣ୍ଡା ଅଲଟ୍ରାସାଉଣ୍ଡ ପରୀକ୍ଷା କରି ଜାଣିବାକୁ ପାଇଲେ ଯେ ଦେବା ପଡିଆମି ର ମୁତ୍ରଥଳି ରେ ଏକ ବଡ ପଥର ହୋଇଛି ।  ଆଜି ସକାଳେ ଡାକ୍ତର ସପନକୁମାର ଧିଣ୍ଡା ଓ ଆନେଥେସିଆ ଡାକ୍ତର ନିହାରରଜଂନ ତ୍ରୀପାଠୀ ଦୀର୍ଘ ୨ ଘଟାଂ ଧରି ଅକ୍ଲାନ୍ତ ପରିଶ୍ରମକରି ଅପରେସନରେ ସଫଳତା ଲାଭ କରିଥିଲେ,ଦେବା ପଡିଆମି ଙ୍କ ମୁତ୍ରଥଳି ରୁ ୧୨ସିଏମ ଲମ୍ବ ର ଦେଢକେଜି ଓଜନର ଏକ ଷ୍ଟୋନ ବାହାରକରିଥିଲେ ।ଦେବା ପେଟରେ ଏହି ଷ୍ଟୋନ ଟି ଦିନକୁ ଦିନ ବଢିଚାଲିଥିବାରୁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ,ଅପରେସନ ପରେ  ଏବେ ବିପଦ ମୁକ୍ତଅଛନ୍ତି, ସେ ସପୁର୍ଣ୍ଣ ଭାବେ ସୁସ୍ଥ ହୋଇ ଗଲାପରେ ତାଙ୍କୁ  ମେଡିକାଲରୁ ଡିସ୍ଚାର୍ଯ୍ୟ କରି ଦିଆ ଯିବ ବୋଲି ଡାକ୍ତର ଶ୍ରୀ ଧିଣ୍ଡା କହିଛନ୍ତି । ଜଣେ ଗରିବ ଆଦିବାସୀ ଯୁବକ ଙ୍କ ମୁତ୍ରଥଳି ରୁ ଅପରେସନକରି ସଫଳତାର ସହିତ ଦେଢ କିଲୋଗ୍ରାମ ଓଜନର ପଥର ବାହର କରିଥିବାରୁ ଡାକ୍ତରଙ୍କୁ ଦେବା ଙ୍କ ପରିବାର ଓ ଗ୍ରାମବାସୀ ମାନେ ଧନ୍ୟବାଦ ଜଣାଇଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.