Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ୫୭ତମ ହୋମଗାର୍ଡ ପ୍ରତିଷ୍ଟା ଦିବସ ପାଳନ

ମାଲକାନଗିରି ଜିଲ୍ଲାରେ ୫୭ତମ ହୋମଗାର୍ଡ ପ୍ରତିଷ୍ଟା ଦିବସ ପାଳନ

115

ମାଲକାନଗିରି,୬ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୫୭ତମ ହୋମଗାର୍ଡ ପ୍ରତିଷ୍ଟାଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଏସପି ରିଶିକେଶ ଡି ଖିଲାରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁଲିସ ପତାକା ଉତୋଳନ କରି ସମ୍ମିଳୀତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ହୋମଗାର୍ଡ ଡିଜି ଙ୍କ ବାର୍ତା ପାଠକରିଥିଲେ । ରାଜ୍ୟ ଓ ଜିଲ୍ଲାରେ ହୋମଗାର୍ଡ ମାନେ ନିଜ ଜୀବନକୁ ବାଜିଲଗାଇ ଜନ ସାଧରାଣ ଙ୍କୁ ସୁରକ୍ଷା ଯୋଗାଇ ଦେବାରେ ସେମାନଙ୍କର ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁଣ୍ଣ ର୍ ବୋଲି ଏସପି କହିଥିଲେ । ଏହି ଅବସର ରେ ସହାକରୀ ଏସପି ଉଦ୍ଦବଚରଣ ନାୟକ,ବିଏସଏଫ କମାଣ୍ଡେଟଂ, ସହକାରି କମାଣ୍ଡେଟଂ, ଏସଡିପିଓ, ଡିଏସପି,ହୋମମଗାର୍ଡ ପୋଲିସ ଇନିସପେକ୍ଟର ସ୍ୟାମସୁନ୍ଦର ସୋରେନ, ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ,ଇନିସପେକ୍ଟର ସୌମେନ୍ଦୁସେଖର ତ୍ରୀପାଠୀ ଓ ଜିଲ୍ଲାସ୍ତର ପୁଲିସ ଅଧିକାରୀ , ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.