Home ଓଡ଼ିଶା ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି

ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସ ତଦନ୍ତ ଜାରି

832

ହରିଚନ୍ଦନପୁର,ତା ୦୭ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ବାଇପାସ୍ ଛକ ହୋଣ୍ଡା ସୋରୁମ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକ ଜଣକ ବଡପଳାଶପାଳ ଗ୍ରାମ ଚଡକମରା ସାହିର ଗକୁଳ ଦେହୁରୀଙ୍କ ପୁଅ ସୁରେଶନ ଦେହୁରୀ(୩୭) ବୋଲି ଜଣାପଡିଛି । ଘଟଣାର ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ବିଜୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମୃତକଙ୍କ ପକେଟରୁ ୩୧୦ଟଙ୍କା ଓ ଏକ ସାଇକେଲ ଚାବିକାଠି ସହ ଏକ ପଲିଥିନରେ ଜଳଖିଆ (ମାଲପୁଆ) ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ସାପ୍ତାହିକ ହାଟରେ ମଦ୍ୟପାନ କରି ଟଳମଳ ଅବସ୍ଥାରେ ହାଟ ଓ ବାଇପାସ୍ ଛକରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.