Home Top News ଅଫଲାଇନ ପରୀକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ

ଅଫଲାଇନ ପରୀକ୍ଷା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାବଳୀ

109

ଭୁବନେଶ୍ୱର ୧୭/୭ (ଓଡ଼ିଆ ପୁଅ) : ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା, ଯାହା ମେ’ ମାସ ତିନି ତାରିଖରୁ ଆରମ୍ଭ ହେବାର ଥିଲା ତାହା Covid-୧୯ ସଂକ୍ରମଣ ବଢ଼ିବା ହେତୁ ସରକାରଙ୍କ ଦ୍ବାରା ବାତିଲ କରାଯାଇଥିଲା ଏବଂ ମାଧ୍ୟମିକ ଶିକ୍ଷା ପରିଷଦଙ୍କୁ ମୂଲ୍ୟ ନିର୍ଦ୍ଧାରଣ କରିବାର ବିକଳ୍ପ ପଦ୍ଧତି ତିଆରି କରିବା ନିମନ୍ତେ ନିର୍ଦ୍ଦେଶ ଦିଆଗଲା। ଏହି ପରି ମହାମାରୀ ପରିସ୍ଥିତିରେ ନ୍ୟାୟ ସଙ୍ଗତ ଓ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ଫଳ ପ୍ରକାଶନ ବୋର୍ଡ ପାଇଁ ଏକ ଆହ୍ବାନ ଥିଲା ଏବଂ ବୋର୍ଡ ପରିସ୍ଥିତିର ମୁକାବିଲା କରି ଏକ ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିଥିଲା। ଏହି ବିକଳ୍ପ ପଦ୍ଧତି ଅନୁସରଣ କରି ବୋର୍ଡ ହାଇସ୍କୁଲ ସାର୍ଟିଫିକେଟ୍, ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ଜୁନ ୨୫ ତାରିଖରେ ପ୍ରକାଶ କରିଥିଲା। ବିକଳ୍ପ ପଦ୍ଧତି ପ୍ରସ୍ତୁତ କରିବା ସମୟରୁ ହିଁ ସୂଚାଇ ଦିଆଯାଇଥିଲାକି ଯଦି କୌଣସି ଛାତ୍ରଛାତ୍ରୀ ଏହି ପଦ୍ଧତି ଅନୁସାରେ ପ୍ରକାଶ ପାଇଥିବା ଫଳରେ ସନ୍ତୁଷ୍ଟ ନହୁଅନ୍ତି ତେବେ ମହାମାରୀ ପରିସ୍ଥିତି ସୁଧୁରିବା ପରେ ସେମାନେ ଲିଖିତ ପରୀକ୍ଷା ଦେଇପାରିବେ।

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ୨୦୨୧ ପାଇଁ ସବୁ ବର୍ଗରୁ ୬, ୨୯, ୯୧୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ। ସେଥ ମଧ୍ୟରୁ ୬, ୦୯, ୨୯୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେଲେ, ଯାହାକି ୯୬.୭୩% ଅଟେ। ରେଗୁଲାର ବର୍ଗରୁ ୩୦.୫୩% ଛାତ୍ରଛାତ୍ରୀ ୬୦% ଓ ତଦୁର୍ଦ୍ଧ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଯାହାକି ବିଗତ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ।

ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀଙ୍କର data analysis ରୁ ଜଣାଯାଏ ଯେ ମାତ୍ର ୨୨୪୪ ଜଣ ଛାତ୍ରଛାତ୍ରୀ ଯେଉଁ ମାନେ ତାଙ୍କ ପରୀକ୍ଷା ଫଳରେ ସନ୍ତୁଷ୍ଟ ହୋଇନାହାନ୍ତି, ସେମାନେ improvement ପାଇଁ ଫର୍ମ ପୂରଣ କରିଛନ୍ତି, ତାହା ମୋଟ ରେଗୁଲାର ଛାତ୍ରଛାତ୍ରୀଙ୍କର ୦.୩୯% ଅଟେ। ଏଥିରୁ ସ୍ପଷ୍ଟ ହେଉଛି କି ବିକଳ୍ପ ପଦ୍ଧତି ଅନୁସାରେ ବୋର୍ଡ ଦ୍ଵାରା ପ୍ରକାଶିତ ପରୀକ୍ଷା ଫଳରେ ୯୯% ଠାରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଫଳରେ ସନ୍ତୁଷ୍ଟ ଅଟନ୍ତି। Offline ପରିକ୍ଷା ନିମନ୍ତେ ସବୁ ବର୍ଗରୁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି।
– ଫର୍ମ ପୂରଣ କରିଥିବା ତଥ୍ୟରୁ ଜଣାପଡେ ଯେ, ସମସ୍ତ ପରିକ୍ଷା ନିମନ୍ତେ ସବୁବର୍ଗରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୧୫ ଜଣ ଏବଂ ତାପରେ ପୁରୀ ଜିଲ୍ଲା ରୁ ୧୧୧୯ ଜଣ ଛାତ୍ରଛାତ୍ରୀ Ofline ପରିକ୍ଷା ଦେବାପାଇଁ ଆବେଦନ କରିଛନ୍ତି।
– ଅନୁଗୁଳ, ବାଲେଶ୍ଵର, ଭ୍ରଦକ, ବଲାଙ୍ଗିର, କଟକ, ଯାଜପୁର, ଖୋର୍ଦ୍ଧା, କୋରପୁଟ, ମୟୁରଭ୍ୟଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାମାନଙ୍କରେ ୫୦୦ ରୁ ୧୦୦୦ ମଧ୍ୟରେ ଏବଂ ଅନ୍ୟ ୧୮ଟି ଜିଲ୍ଲା ରେ ୫୦୦ ରୁ କମ୍ ଛାତ୍ରଛାତ୍ରୀ ପରୀକ୍ଷା ଦେବାପାଇଁ ଆବେଦନ କରିଅଛନ୍ତି।
– ଦେବଗଡ ଜିଲ୍ଲାରେ ସର୍ବନିମ୍ନ ୮୫ ଜଣ ଛାତ୍ରଛାତ୍ରୀ Offline ପରିକ୍ଷା ଦେବା ପାଇଁ ଆବେଦନ କରିଅଛନ୍ତି।
– ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ପ୍ରତ୍ୟେକ Block, Sub-Divisional District Headquarters ରେ ପରୀକ୍ଷା କେନ୍ଦ୍ର କରାଯାଇଅଛି।
ଆବଶ୍ୟକତା ଅନୁସାରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହା ବ୍ୟତିରେକ ଅନ୍ୟତ୍ର ପରୀକ୍ଷା କେନ୍ଦ୍ର ମଧ୍ୟ କରାଯିବ।
– ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଥମ ଦିନ ପରୀକ୍ଷା ଆରମ୍ଭ ହେବା ଆଗରୁ ଏବଂ ଅନ୍ୟ ପରୀକ୍ଷା ଦିନ ମାନଙ୍କରେ ପରୀକ୍ଷା ସରିବା ପରେ sanitize କରାଯିବ।
– ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ଗୋଟିଏ isolation room ରଖାଯିବ, ଯାହାକି ଆପାତକାଳୀନ ପରିସ୍ଥିତିରେ ବ୍ୟବହାର କରାଯିବ।
– ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା କ୍ଷଣୀ Thermal Scanning ଏବଂ ହାତ sanitize କରାଯିବର ବ୍ୟବସ୍ଥା କରାଯାଇଅଛି।
– ପରୀକ୍ଷା କେନ୍ଦ୍ରରେ ସମସ୍ତଙ୍କର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। କୌଣସି ଛାତ୍ରଛାତ୍ରୀ ବା ପରୀକ୍ଷାରେ ସମ୍ପୃକ୍ତ ଥିବା ବ୍ୟକ୍ତି ଯଦି ବିନା ମାସ୍କରେ କେନ୍ଦ୍ରରେ ପ୍ରବେଶ କରୁଥିବେ, ସେମାନଙ୍କୁ ତୁରନ୍ତ ପରୀକ୍ଷା କେନ୍ଦ୍ରରେ ମାସ୍କ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଅଛି।
– ଏ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କର Covid negative ହେବା ଆବଶ୍ୟକ। ସେଥିପାଇଁ ସେମାନେ ପରୀକ୍ଷା ଆରମ୍ଭର ୪୮ ଘଣଟା ପୂର୍ବରୁ Covid test କରାଇବେ। Covid test, Sanitization goal, Thermal Scanning ପାଇଁ ଆବଶ୍ୟକ ପରିମାଣର ମାସ୍କର ସୁବ୍ୟବସ୍ଥା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନ ଓ CDMOମାନଙ୍କୁ ଅନୁରୋଧ କରାଯାଉଅଛି।
– ପରୀକ୍ଷା କେନ୍ଦ୍ର ଗୁଡିକରେ Covid ନିୟମାବଳୀ ପାଳନର ତଦାରଖ ପାଇଁ ଜିଲ୍ଲା ସ୍ତରୀୟ Covid squad ଗଠନ କରାଯିବ।
– ପରୀକ୍ଷା କେନ୍ଦ୍ର ଗୁଡିକରେ ଯଥେଷ୍ଟ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।
– ପରୀକ୍ଷା କେନ୍ଦ୍ର ମାନଙ୍କ ପରି ମୂଲ୍ୟାୟନ କେନ୍ଦ୍ର ଗୁଡିକ ମଧ୍ୟ ପ୍ରତ୍ୟେକ ଦିନ sanitize କରାଯିବ ଓ ଅନ୍ୟାନ୍ୟ Covid ନିୟମାବଳୀ ଗୁଡିକ କଡାକଡି ଭାବେ ପାଳନ କରାଯିବ।
– ମୂଲ୍ୟାୟନ କେନ୍ଦ୍ର ଗୁଡିକରେ ମଧ୍ୟ ସମସ୍ତ କର୍ମଚାରୀଙ୍କର Thermal Scanning, Hand Sanitization veo gile añain GIDOICIMA କରାଯିବ।
– ମୂଲ୍ୟାୟନ ପ୍ରକ୍ରିୟାକୁ ଅଗଷ୍ଟ ୧୦ ତାରିଖରୁ ଆରମ୍ଭ କରି ପାଂଚ ଦିନ ମଧ୍ୟରେ ସମାପ୍ତ କରିବା ପାଇଁ ଏବଂ ଫଳ ପ୍ରକାଶନ ପାଖାପା ଅଗଷ୍ଟ ୨୫ ତାରିଖ ସୁଦ୍ଧା କରିବା ପାଇଁ ବୋର୍ଡ ପ୍ରସ୍ତୁତ ହେଉଅଛି।
– ଯେଉଁ ଛାତ୍ରଛାତ୍ରୀମାନେ offline ପରୀକ୍ଷାରେ କୃତକାର୍ଯ୍ୟ ହେବେ, ସେମାନଙ୍କର admission ପାଇଁ ସରକାର admission portal ଖୋଲାଇବେ, ଯାହାଦ୍ୱାରା ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.