Home କେନ୍ଦୁଝର ସର୍ପାଘାତରେ ଛାତ୍ରୀର ମୃତ୍ୟୁ

ସର୍ପାଘାତରେ ଛାତ୍ରୀର ମୃତ୍ୟୁ

279

ହାଟଡ଼ିହି,୧୭ /୭/ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ବ୍ଲକ ଗେଡମା ପଞ୍ଚାୟତ ଜଳସରପୁର ଗ୍ରାମର ଦିଲ୍ଲିପ କୁମାର ଦାସଙ୍କ ଝିଅ ରୁପାଲୀ ଦାସ(୧୯)ଙ୍କ ସର୍ପାଘାତରେ ମୃତ୍ୟୁ ଘଟିଛି । ସେ ଭଦ୍ରକ ସ୍ଥିତ ଶାଳନ୍ଦୀ ନର୍ସିଂ ସ୍କୁଲରେ ଶିକ୍ଷାଲାଭ କରୁଥିଲେ । ଆଜି ସକାଳେ ସେ ନିଜ ବାଡିକୁ ଭେରସୁଙ୍ଗା ପତ୍ର ଆଣିବା ପାଇଁ ଯାଇଥିବା ବେଳେ ସର୍ପାଘାତରେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ପ୍ରଥମେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ପରେ ଆନନ୍ଦପୁର ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ନନ୍ଦିପଦା ପୁଲିସ ଖବର ପାଇବାପରେ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ବ୍ୟବଚ୍ଛେଦ କରାଇଥିଲା । ଅପରାହ୍ନରେ ରୁପାଲୀଙ୍କ ମରଶରୀର ଗାଁରେ ପହଞ୍ଚିବାପରେ ଏକ ଶୋକାକୁଳ ପରିବେଶରେ ଗାଁରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.