Home ଜିଲ୍ଲା ପରିକ୍ରମା ୨ ଫୁଟ୍‌ର ବିରଳ କଇଁଛ ଉଦ୍ଧାର

୨ ଫୁଟ୍‌ର ବିରଳ କଇଁଛ ଉଦ୍ଧାର

199

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲା ଧାମନଗର ବ୍ଲକ୍‌ରେ ଏକ ବିରଳ କଇଁଛ ଉଦ୍ଧାର ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ଜିଲା ଧାମନଗର ବ୍ଲକ୍ ଦଳାଙ୍ଗ ପଂଚାୟତର ଜାହାଙ୍ଗୀର ଗ୍ରାମରୁ ହରିଚରଣ ବାରିକଙ୍କ ଘର ବାଡିରୁ ଏକ ୨ ଫୁଟ୍‌ର କଇଁଛ ଉଦ୍ଧାର ହୋଇଛି । ଯାହାର ଓଜନ ପ୍ରାୟ ୩୦ କେଜି ହେବ । ଏହାକୁ ଦେଖିବାକୁ ଗ୍ରାମବାସୀଙ୍କ ଭିଡ ଲାଗିରହିଛି । ତେବେ ଏ ସଂପର୍କରେ ବନ ବିଭାଗକୁ ଖବର ଦିଆହୋଇଥିବାବେଳେ ବନ୍ୟା ସମୟରେ କଇଁଛଟି ଭାସି ଆସିଥିବାର ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.