Home ଜିଲ୍ଲା ପରିକ୍ରମା ୪ ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

୪ ଦଫା ଦାବିନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ରେଳରୋକ

87

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୪ ଦଫା ଦାବି ନେଇ ଭଦ୍ରକ-ଧାମରା ରେଳପଥର ଯଶୀପୁର ବଳସାହିଠାରେ ଆଜି ରୋଳରୋକ ହୋଇଯାଇଛି । ନୂଆଗାଁ, ଯଶୀପୁର, ଜଳେଶ୍ୱରପୁର ପଂଚାୟତର ଶତାଧିକ ଲୋକେ ବଳସାହି ରେଳ ଫାଟକ ନିକଟରେ ଧାମରା ଅଭିମୁଖେ ଯାଉଥିବା ଏକ ଟ୍ରେନ୍‌କୁ ଅଟକାଇବା ସହ ଆନ୍ଦୋଳନ ଜାରି ରଖିଛନ୍ତି । ସ୍ଥାନୀୟ ବେକାରୀ ଯୁବକଙ୍କୁ ନିଯୁକ୍ତି, ରେଳପଥରେ ଥିବା ପୋଲ ଗୁଡିକୁ ସଫା କରାଯାଇ ନଦୀ ସହ ସଂଯୋଗ, ପେରିଫେରି ନିୟମ ଅନୁସାରେ ସ୍ଥାନୀୟ ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ସହ କ୍ଷତିଗ୍ରସ୍ତ ଜମିହରା ଓ ବାସହରା ପରିବାରିକୁ ଉଚିତ୍ ଅର୍ଥରାଶି ପ୍ରଦାନ ଦାବିନେଇ କରାଯାଇଛି ରେଳରୋକ । ପୁଲିସ୍ ପ୍ରଶାସନ ତରଫରୁ ବ୍ୟାପକ ଆଲୋଚନା ଚାଲିଛି । ତେବେ ଏହିସବୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ରୋଳରୋକ ଚାଲିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.