Home ଓଡ଼ିଶା ସ୍ୱତନ୍ତ୍ର ଭାବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ତାଙ୍କ ପରିବାରଙ୍କୁ କୋଭିଡ ଟିକା ପ୍ରଦାନ

ସ୍ୱତନ୍ତ୍ର ଭାବେ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ତାଙ୍କ ପରିବାରଙ୍କୁ କୋଭିଡ ଟିକା ପ୍ରଦାନ

54

ମାଲକାନଗିରି,୧୧ ।୬ (ଓଡିଆ ପୁଅ )ମହାମାରି କରୋନା ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ଆଜି ସ୍ୱତନ୍ତ୍ର ଭାବେ ମାଲକାନଗିରି ଏସଡିଜେଏମ କୋର୍ଟପରିସରରେ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ଓ ତାଙ୍କ ପରିବାରଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି । ଆଜି ସକାଳେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୋର୍ଟପରିସରରେ ସ୍ୱନ୍ତ୍ର କୋଭିଡ ଟିକାକରଣ କ୍ୟାମ୍ପ କରାଯାଇ ଥିଲା । ଜିଲ୍ଲା ଦୌରାଜଜ ସୁଶ୍ରୀ ରେଖା ପ୍ରସାଦ,ଅତିରିକ୍ତ ଜିଲ୍ଲା ଦୌରାଜଜ ମହଲତ ସା,ମୁଖ୍ୟବିଚାର ବିଭାଗୀୟ ଦଣ୍ଡାଧିକାରୀ ବିଶ୍ୱ ରଜଂନ ବେହେରା,ସବଜଜ୍ କମାଳାକାନ୍ତ ରାଉତ,ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଡ.ନିଶାକର ସାହୁ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରେଖାରାଣି ପଣ୍ଡା,କୋର୍ଟପରିଚାଳକ ପ୍ରଣବ କୁମାର ପ୍ରଧାନ ସମସ୍ତ କୋର୍ଟକର୍ମଚାରୀ ଓ ସେମାନଙ୍କ ପିରବାରଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିପାଉଥିବାରୁ ଜଜ୍ ଓ କୋର୍ଟ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର କୋଭିଡ ଟିକାକରଣ କରାଯିବା ଦ୍ୱାରା କରୋନା ସଂକ୍ରମଣରୁ ସେମାନେ ସୁରକ୍ଷିତ ରହି କାମ କରିପାରିବେ ବୋଲି କୋର୍ଟ ରେଜିଷ୍ଟ୍ରାର କୃଷ୍ଣଁ ଚନ୍ଦ୍ର ନାୟକ କହିଛନ୍ତି । ଏହି ଅବସରେ ଜିଲ୍ଲାଓକିଲ ସଂଘ ସଭାପତି ପ୍ରଭାକର ପ୍ରଧାନ,ପୁବ ର୍ତନ ସଭାପତି ନୃସିଂହଚରଣ ମାହାନ୍ତି,ଉପସଭାପତି ମାନସ ସ୍ୱାଇଁ,ଗୌତମ ସରକାର ପ୍ରମୁଖ ଆଇନଜୀବୀ ମାନେ ଉପସ୍ଥିତି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.