Home ଜିଲ୍ଲା ପରିକ୍ରମା ସ୍କୁଟି ଉପରେ ଚଢିଗଲା ଡ଼ମ୍ଫର : ଅଳ୍ପକେ ବଞ୍ଚିଲେ ସ୍କୁଟି ଆରୋହୀ

ସ୍କୁଟି ଉପରେ ଚଢିଗଲା ଡ଼ମ୍ଫର : ଅଳ୍ପକେ ବଞ୍ଚିଲେ ସ୍କୁଟି ଆରୋହୀ

150

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଆଗରପଡ଼ା ନିକଟସ୍ଥ ସାଳନ୍ଦୀ ନଦୀର କାଣ୍ଡବା ପୋଲ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକ ଅଳ୍ପକେ ବଞ୍ଚିଯାଇଥିବାର ଜଣା ପଡ଼ିଛି । ସୂଚନା ମୂଳେ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଖଡ଼ିଖାଣିଆ ଗ୍ରାମର ଶିକ୍ଷକ ଗାଲୁ ସିଂ ନିଜର ସ୍କୁଟି ନଂ ଓଡ଼ି-୧୧ୟୁ-୭୮୫୫ ଯୋଗେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିଜର କର୍ମସ୍ଥ୍‌ଳକୁ ଯାଉଥିଲେ । ସକାଳ ୭ ଘଟିକା ସମୟରେ ସେ ନିଜର ବାମପଟରେ ଥାଇ କାଣ୍ଡବା ପୋଲ ଉପରକୁ ଚଢୁଥିବା ଅବସ୍ଥାରେ ଆଗରପଡ଼ା ପଟୁ ଦ୍ରୁତଗତିରେ ଯାଉଥିବା ଏକ ବାଲିବୋଝେଇ ଡ଼ମ୍ଫର ନଂ ଓଡ଼ି-୨୨କ୍ୟୁ-୦୦୯୩ ଟି ସାମନାରୁ ସ୍କୁଟିକୁ ଧକ୍କା ଦେଇଥିଲା । ସ୍କୁଟି ଚାଳକ ରାସ୍ତାକୁ ଛିଟିକି ପଡ଼ିବା ସହିତ ତାଙ୍କର ହାତ, ଗୋଡ଼ ଓ ଛାତି ଜଖମ ହୋଇଥିବା ଅଭିଯୋଗରୁ ଜଣାଯାଇଛି । ଖବର ପାଇ ଆଗରପଡ଼ାକୁ ପରିଦର୍ଶନରେ ଆସିଥିବା ତହିସିଲଦାର ଇନ୍ଦିରା ସାହୁ ଏବଂ ସ୍ଥାନୀୟ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଡ଼ମ୍ଫରକୁ ଜବତ କରିବା ସହିତ ଭଙ୍ଗାସ୍କୁଟିକୁ ଥାନାକୁ ଆଣିଛି । ଡ଼ମ୍ଫର ଚାଳକକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.