Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଳା ଯୁବବିଜେଡ଼ିର ସଭାପତି ହେଲେ ମୁକୁନ୍ଦଦେବ ସାମଲ

ଭଦ୍ରକ ଜିଲ୍ଳା ଯୁବବିଜେଡ଼ିର ସଭାପତି ହେଲେ ମୁକୁନ୍ଦଦେବ ସାମଲ

124

ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯୁବ ବିଜୁ ଜନତା ଦଳର ନୂତନ ସଭାପତି ହେଲେ ମୁକୁନ୍ଦଦେବ ସାମଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନକ୍ରମେ ଦଳର ଯୁବ ସଂଗଠନକୁ ଅଧିକ କ୍ରୀୟାଶୀଳ ଓ ସୁଦୃଢ କରିବା ଲକ୍ଷ୍ୟରେ ବିଜୁଯୁବ ଜନତା ଦଳର୩୨ସାଙ୍ଘଠନିକ ଜିଲ୍ଲାର ଯୁବ ବିଜେଡି ସଭାପତି ଓ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଜଣେ ଉଚ୍ଚ ଶିକ୍ଷିତ ତଥା ଛାତ୍ର ଜୀବନରୁ ଆଜି ପ୍ରର୍ଯ୍ୟନ୍ତ ବିଜୁଜନତା ଦଳର ତୃଣମୂଳ ସ୍ତରରୁ ସଗଠନକୁ ମଜଭୁକ୍ତ କରିବା ଲାଗି ଅହରହ ପ୍ରଚେଷ୍ଟା କରି ଆସିଥିବାରୁ ସୁସଂଗଠକ ତଥା ବହୁଦରଡ଼ା ପଞ୍ଚାୟତର ଯୁବ ସରପଞ୍ଚ ମୁକୁନ୍ଦଦେବ ସାମଲ ବିଜୁଯୁବଜନତା ଦଳର ସଭାପତି ଭାବରେ ନିଯୁକ୍ତି ପାଇବା ପରେ ଦଳୀୟ ନେତା, ଶୁଭେଛୁୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି । ଏହି ନୂତନ ନିଯୁକ୍ତି ପାଇଁ ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ିର ସୁପ୍ରିମ ନବୀନ ପଟ୍ଟନାୟକଙ୍କ ସହ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନମନ୍ତ୍ରୀ ତଥା ଭଣ୍ଡାରୀପୋଖରୀର ବିଧାୟକ ପ୍ରଫୁଲ ସାମଲ, ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକର ବିଧାୟକ ସଂଞ୍ଜୀବ କୁମାର ମଲ୍ଲିକ୍‌, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ ଏବଂ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଦଳୀୟ ନେତା, କର୍ମୀମାନଙ୍କୁ ନିଜର କୃତଜ୍ଞତା ଜ୍ଞାପନ ସହ ବିଜୁ ଯୁବ ଜନତା ଦଳକୁ ଆହୁରି ସୁଦୃଢ କରିବା ଲାଗି ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଯୁବ ସଭାପତି ଶ୍ରୀ ସମାଲ ଏବେ ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦରଡ଼ା ପଞ୍ଚାୟତର ସରପଞ୍ଚ ରହିଛନ୍ତି । ପୂର୍ବରୁ ସେ ଏହି ପଞ୍ଚାୟତରେ ଦୁଇଥର ସରପଞ୍ଚ ଓ ଥରେ ସମିତିସଭ୍ୟ ଏବଂ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇ ଦକ୍ଷତାର ସହ କାର୍ଯ୍ୟପ୍ରତିପାଦନ କରିଆସିଅଛନ୍ତି । ତାଙ୍କର ସରପଞ୍ଚ କାର୍ଯ୍ୟକାଳ ସମୟରେ ବହୁଦରଡ଼ା ପଞ୍ଚାୟତରେ ସରକାରଙ୍କର ବିଭିନ୍ନ ଯୋଜନାକୁ ସଫଳତାର ସହ କାର୍ଯ୍ୟକରି ଏକ ଆଦର୍ଶ ପଞ୍ଚାୟତରେ ପରିଣତ କରିପାରିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ବହୁଦରଡ଼ା ହାଇସ୍କୁଲରେ ସୁବର୍ଣ୍ଣ ଜୟନ୍ତି ଉତ୍ସବ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଥିଲା । ଛାତ୍ରବସ୍ଥାରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ସେ ଜନତାଦଳ ଏବଂ ପରବର୍ତ୍ତୀ ସମୟରେ ବିଜୁଜନାତଦଳର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟକଙ୍କ ଆଦର୍ଶ ଓ ସୁଶାନ ସମୟରେ ଭଦ୍ରକ ଜିଲ୍ଲାର ବିଜୁ ଯୁବଜନତା ଦଳର ବିଭିନ୍ନ ସମୟରେ ବିଭିନ୍ନ ପଦପଦବୀରେ ନିଷ୍ଠାର ସହ କାର୍ଯ୍ୟକରି ଆସିଛନ୍ତି । ଆଗାମୀ ଦିନରେ ବିଜୁଯୁବଜନତା ଦଳର ସଂଗଠନକୁ ମଜବୁତ୍ କରିବା ସହିତ ଦଳର ସମସ୍ତ ନେତୃମଣ୍ଡଳୀ ଓ ବରିଷ୍ଠ ନେତା ଓ କର୍ମୀମାନଙ୍କୁ ନେଇ ତାଙ୍କର ଗୁରୁଦାୟିତ୍ୱକୁ ସୁଚାରୁରୂପେ ତୂଲାଇବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.