Home ଜିଲ୍ଲା ପରିକ୍ରମା ସାଂପ୍ରତିକ ପରିସ୍ଥିତିରେ ପ୍ରଶାସନ ଓ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଧାମନଗର ପ୍ରେସ କ୍ଲବର ବାର୍ଷିକ...

ସାଂପ୍ରତିକ ପରିସ୍ଥିତିରେ ପ୍ରଶାସନ ଓ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଧାମନଗର ପ୍ରେସ କ୍ଲବର ବାର୍ଷିକ ସମ୍ମିଳନୀ

50

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଘଟଣା ହେଉ କି ଅଘଟଣ, ସବୁଠି ସବୁ ପରିସ୍ଥିତିରେ ଗଣମାଧ୍ୟମ ଜାଗ୍ରତ ପ୍ରହରି ଭାବେ କାର୍ଯ୍ୟ ନିର୍ବାହ କରୁଛି । ତତ୍‌ସହିତ ପ୍ରଶାସନକୁ ସହଯୋଗ କରୁଥିବାରୁ ସାଧାରଣ ଲୋକଙ୍କ ବହୁବିଦ୍ଧ ସମସ୍ୟା ସମାଧାନ ହୋଇପାରୁଛି । ଏପରିକି କରୋନା ମହାମାରୀ ସମୟରେ ଉଭୟ ପ୍ରଶାସନିକ ଓ ଗଣମାଧ୍ୟମଙ୍କ ସଠିତ ଦାୟିତ୍ୱ ନିର୍ବାହ ଯୋଗୁଁ ଲୋକଙ୍କ ମଧ୍ୟରେ କୋଭିଡ ସଚେତନତା ବୃଦ୍ଧି ପାଇଛି । ଯାହାଫଳରେ କୋଭିଡ ମୁକାବିଲା ପାଇଁ ସହଜସାଧ୍ୟ ହୋଇପାରିଛି ବୋଲି ଧାମନଗର ପ୍ରେସ କ୍ଲବର ବାର୍ଷିକ ସମ୍ମିଳନୀ ଓ ଆଲୋଚନା ଚକ୍ରରେ ଅତିଥିମାନେ ଯୋଗଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି । ଧାମନଗର ବ୍ଲକ ପଧାନୀ ପଂଚାୟତ ଭବନ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀ ଓ କରୋନା ମହାମାରୀ ସମୟରେ ପ୍ରଶାସନ ଓ ଗଣମାଧ୍ୟମ ମଧ୍ୟରେ ସମନ୍ୱୟ ଶୀର୍ଷକ ଆଲୋଚନା ଚକ୍ରରେ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ଅନିଲ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ତହସିଲଦାର ରାଧାକାନ୍ତ ବାରିକ, ବିଡିଓ ଦୁର୍ଗାଚରଣ ମୁର୍ମୁ, ପୁଲିସ ଏସଡିପିଓ ଅଶୋକ କୁମାର ଦାସ, ଅତିରିକ୍ତ ତହସିଲଦାର ଅଭିପ୍ସା ପଟ୍ଟନାୟକ, ଧାମନଗର ଥାନାଧିକାରୀ ରତିକାନ୍ତ ଗିରି, ଧୁଷୁରୀ ଥାନାଧିକାରୀ ପ୍ରଫୁଲ୍ଲ ସିଂ, ଏନଏସି ନିର୍ବାହୀ ଅଧିକାରୀ ଜତିନ୍ଦ୍ର କୁମାର ମିଶ୍ର, ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କିଶୋର ଦାସ, ସରପଂଚ ସୁଜାତା ପୁହାଣ, ପ୍ରାକ୍ତନ ସରପଂଚ ଅଶୋକ କୁମାର ପୁହାଣ, ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ମତବ୍ୟକ୍ତ କରିଥିଲେ । ପ୍ରେସ କ୍ଲବର ସାଧାରଣ ସଂପାଦକ ପ୍ରଦୀପ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି କୈଳାସ ଚନ୍ଦ୍ର ଗୁପ୍ତା ଉର୍ଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସାମ୍ବାଦିକ ବୈକୁଣ୍ଠନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ମହାବନ୍ୟା ଓ କରୋନା ସଂକ୍ରମଣର ମୁଖ୍ୟ ସଚେତକ ସାଜିଥିବା ସମସ୍ତ ମଂଚାସିନ ଅତିଥି ଓ ପ୍ରେସ କ୍ଲବର ସମସ୍ତ ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବର ଉପଦେଷ୍ଟା ରସାନନ୍ଦ ମହାପାତ୍ର, କାର୍ଯ୍ୟକାରୀ ସଭାପତି କିଷାନ ରାଉତ, ବରିଷ୍ଠ ସଭ୍ୟ ଅନିଲ କୁମାର ବାରିକ, କୋଷାଧ୍ୟକ୍ଷ ପ୍ରତାପ କୁମାର ଆନ୍ଦିଆ, କାର୍ତିକ ଚନ୍ଦ୍ର ନାୟକ, ଅଜିତ କୁମାର ରାଉତ, ଦିନବନ୍ଧୁ ଦାଶ, ଅନନ୍ତ ଜେନା, ସରୋଜ ସେଠୀ, ବିଜୟ କୁମାର ରାମ, ପ୍ରଶାନ୍ତ କୁମାର ସାହୁ, ଜଗନ୍ନାଥ ବେହେରା, ବିବେକାନନ୍ଦ ସାମଲ, ସନ୍ତୋଷ ଦାସ, ମାନଗୋବିନ୍ଦ ଜେନା, ବିଭୁତିଭୂଷଣ ମଲ୍ଲିକ, ସନ୍ଦିପ ସ୍ୱାଇଁ, ରମେଶ ଚନ୍ଦ୍ର ବେହେରା, ଦେବାଶିଷ ରଥ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମାସ୍କ ଓ ସାନିଟାଇଜ ବଂଟନ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.