Home ଅପରାଧ ସମ୍ବଲପୁରରେ ଏନକାଉଣ୍ଟର

ସମ୍ବଲପୁରରେ ଏନକାଉଣ୍ଟର

122

ସମ୍ବଲପୁର,୦୨/୦୯,(ଓଡ଼ିଆ ପୁଅ ପି ନାଏକ): ସମ୍ବଲପୁରରେ ପୋଲିସର ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଟୁ ଓରଫ ମୁସିମ ଅଖତର ଆହତ ହୋଇଛି । ବିଟୁ ନାଁରେ ୧୫ରୁ ଅଧିକ ମାମଲା ରହିଥିବା ବେଳେ ତାକୁ ଧରିବାକୁ ଏକ ସ୍ପେଶାଲ ସ୍କ୍ଵାଡ ଗଠନ ହୋଇଥିଲା । ରେଲେଓ୍ଵ ଷ୍ଟେସନ ନିକଟରେ ଦୁଇ ଜଣ ଅପରାଧୀ ଥିବା ଖବର ପାଇଁ ସକାଳ ପାଖାପାଖି ୫ଟା ୨୦ରେ ସମ୍ବଲପୁର ଓ ଧନୁପାଲି ପୋଲିସ ମିଳିତ ଭାବେ ଚଢାଉ କରିଥିଲେ । ପୋଲିସ ଟିମ୍‌କୁ ଦେଖି ବିଟୁ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିଲା । ପୋଲିସ ମଧ୍ୟ ଗୁଳି ମାଡ଼ କରିଥିଲା । ବିଟୁ ଦେହରେ ଗୁଳି ବାଜି ଥିବା ବେଳେ ଅନ୍ୟ ଜଣେ ଅପରାଧୀ ଫେରାର ହୋଇ ଯାଇଛି । ଗୁଳିବିନିମୟ ବେଳେ ଜଣେ ଏଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.