Home ଓଡ଼ିଶା କୁଳଭୂଷଣ ଯାଦବ ଙ୍କୁ କନସୁଲାର ଆକ୍ସସେସ୍‌

କୁଳଭୂଷଣ ଯାଦବ ଙ୍କୁ କନସୁଲାର ଆକ୍ସସେସ୍‌

296

ନୂଆଦିଲ୍ଲୀ,୦୨/୦୯,(ଓଡ଼ିଆ ପୁଅ ପି ନାଏକ): କୁଲଭୂଷଣ ଯାଦବଙ୍କୁ ଆଜି କନସୁଲାର ଆକ୍ସସେସ୍‌ ଦେବ ପାକିସ୍ତାନ । କୁଳଭୂଷଣଙ୍କୁ ପ୍ରଥମ ଥର ଲାଗି କନ୍‌ସୁଲାର ଆକ୍ସସେସ୍‌ ଯୋଗାଇ ଦେଉଛି ପାକିସ୍ତାନ । ଗତ ଜୁଲାଇ ୧୭ ତାରିଖରେ କନସୁଲାର ଆକ୍ସସେସ୍‌ ଦେବା ପାଇଁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ବା ICJ ରାୟ ଦେଇଥିଲେ । ଏଥିସହ ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ହେଗ୍‌ ସ୍ଥିତ ICJ । କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀ ଦେଇ ପାରିବନି ବୋଲି କୋର୍ଟ କହିଥିଲେ । ଅବସରପ୍ରାପ୍ତ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ୨୦୧୬ ମାର୍ଚ୍ଚରେ ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନ ଗିରଫ କରିଥିବା ଦାବି କରୁଛି । ଭାରତ କିନ୍ତୁ ଏହାକୁ ଖଣ୍ଡନ କରୁଛି । ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଇରାନରେ ବ୍ୟବସାୟ କରୁଥିଲେ । ତାଙ୍କୁ ସେଠାରୁ ଅପହରଣ କରାଯାଇଥିବା ଭାରତ ଅଭିଯୋଗ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.