Home କନ୍ଧମାଳ ଶିକ୍ଷାନିକେତନ ବିଦ୍ୟାଳୟରେ ରକ୍ତଦାନ ଶିବିର, ୨୭ ୟୁନିଟ ରକ୍ତ ସଂଗ୍ରହ

ଶିକ୍ଷାନିକେତନ ବିଦ୍ୟାଳୟରେ ରକ୍ତଦାନ ଶିବିର, ୨୭ ୟୁନିଟ ରକ୍ତ ସଂଗ୍ରହ

241

ବାଲିଗୁଡା, ୧୫/୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) – ଶିକ୍ଷାନିକେତନ ତରଫରୁ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଅତିଥି ଭାବେ ବନଖଣ୍ଡ ଅଧିକାରୀ ବିଶ୍ୱନାଥମ ନିଳାଧରମ, ଡାକ୍ତର କେଦାର ପାଢୀ ଯୋଗଦେଇ ଥିବା ବେଳେ ଶିକ୍ଷାନିକେତନ ବିଦ୍ୟାଳର ସଭାପତି ରାଜ କିଶୋର ପାଢୀ, ପ୍ରାଧନ ଶିକ୍ଷକ ପଂଚାନନ ସାହୁ, ସମ୍ଫାଦକ ରେଖାରାଣୀ ମହାପାତ୍ର, ଉପଦେଷ୍ଟା ଭଗବାନ ଜେନା ଓ ଶିକ୍ଷକ ସୁଦାମ ସ୍ୱାଇଁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ରୁପରେଖ ଦେଇଥିଲେ। ବାଲିଗୁଡାରେ ବହୁ ଅନୁଷ୍ଠାନ ରକ୍ତଦାନ କରିଛନ୍ତି କିନ୍ତ ଗୋଟିଏ ଶିକ୍ଷାଅନୁଷ୍ଠାନ ଥମକରି ରକ୍ତଦାନ କାର୍ଯ୍ୟକ୍ରମ କରିଅଛି ତେଣୁ ଏହା ଏକ ଅନ୍ୟ ଅନୁଷ୍ଠାନ ପାଇଁ ଏଦାହରଣ ଯେ ସେମାନେ ମଧ୍ୟ ରକ୍ତଦାନ ଶିବିରର କାର୍ଯ୍ୟକ୍ରମ କରି ଜଣଙ୍କ ଅମୁଲ୍ୟ ଜୀବନ ବଂଚାଇବାରେ ସହାୟକ ହେବେ ବୋଲି ଭଗବାନ ଜେନା କହିଛନ୍ତି। ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀ ଓ ଶିକ୍ଷାନିକେତନର କର୍ମଚାରୀ ମାନେ ସହଯୋଗ କରିଥିଲେ। ରକ୍ତଦାନ କରିଥିବା ବ୍ୟକ୍ତି ବିସେଷଙ୍କୁ ରକ୍ତଭଣ୍ଡାର ତରଫରୁ ମାନପତ୍ର ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.