Home ଜିଲ୍ଲା ପରିକ୍ରମା ସେକ୍ଟର-୧୮ ଇସ୍ପାତ ବିଦ୍ୟାପିଠ ବିଦ୍ୟାଳୟର ପୁରାତନ ଛାତ୍ର ବନ୍ଧୁମିଳନ

ସେକ୍ଟର-୧୮ ଇସ୍ପାତ ବିଦ୍ୟାପିଠ ବିଦ୍ୟାଳୟର ପୁରାତନ ଛାତ୍ର ବନ୍ଧୁମିଳନ

316

ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ସହରର ଏକଦା ସୁନାମଧନ୍ୟ ତଥା ପୁରାତନ ବିଦ୍ୟାଳୟ ଇସ୍ପାତ ବିଦ୍ୟାପିଠ, ସେକ୍ଟର-୧୮ ରେ ଶିକ୍ଷାଗ୍ରହଣ କରିଥିବା ପୁରାତନ ଛାତ୍ରଛାତ୍ରୀଙ୍କର ବନ୍ଧୁ ମିଳନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ୧୯୮୩ ମସିହା ମ୍ୟାଟ୍ରିକ (ଜୁନିୟର) ବ୍ୟାଚ୍ ର ଏହି ଛାତ୍ରଛାତ୍ରୀ ଦେଶ ବିଦେଶରେ ବର୍ତ୍ତମାନ ରହୁଥିଲେ ମଧ୍ୟ ନିଜର କର୍ମସ୍ଥଳୀରୁ ଛୁଟି ଆସିଥିଲେ ସେହି ଇସ୍ପାତ ସହରକୁ ଯେଉଁଠାରେ ସେମାନେ ଜନ୍ମଗ୍ରହଣ କରିବା ସହିତ ବିଦ୍ୟା ଅର୍ଜନ କରି ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ଗୋଟିଏ ପକ୍ଷରେ ଅନେକ ସୋସିଆଲ ମିଡ଼ିଆର ଅପବ୍ୟବହାର କରିବାରୁ କ୍ଷାନ୍ତ ନ ହେଉଥିବା ସ୍ଥଳେ ଅନେକ ଏହାର ସଦୁପଯୋଗ କରି ଏପରି ବନ୍ଧୁମିଳନର ଆୟୋଜନ କରିବାର ଏକ ନିଆରା ପରମ୍ଫରା ସୃଷ୍ଟି ହୋଇଚାଲିଛି। ଏହି ବନ୍ଧୁ ମିଳନରେ ଯୋଗ ଦେଇଥିବା ଅନେକ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ଧରି ରାଉରକେଲା ସହରରେ ପାଦ ପକାଇନଥିଲେ ମଧ୍ୟ ନିଜର ବାଲ୍ୟ ବନ୍ଧୁ ମାନଙ୍କୁ ଦେଖା କରିବାର ସୁଯୋଗକୁ ହାତଛଡ଼ା ନକରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଏପରିକି ବିଦେଶରୁ ମଧ୍ୟ ଛୁଟି ଆସିଥିଲେ ନିଜର ସେହି ଜନ୍ମମାଟି ରାଉରକେଲାକୁ। ଆୟୋଜକ ମାନଙ୍କ କହିବା ଅନୁସାରେ ଏହି ବନ୍ଧୁମିଳନ ସମ୍ଭବ ହୋଇପାରିଛି କେବଳ ଫେସବୁକ୍ ଓ ହ୍ୱାଟସ୍ଆପ ଭଳି ସୋସିଆଲ ମିଡ଼ିଆ ର ସହଯୋଗରୁ। ଏହି ଅବସରରେ ଆୟୋଜିତ କାର୍ୟ୍ୟକ୍ରମର ପ୍ରଥମ ପ୍ରର୍ୟ୍ୟାୟରେ ବନ୍ଧୁମିଳନରେ ଉପସ୍ଥିତ ସଦସ୍ୟମାନେ ଦୀର୍ଘ ୩୬ ବର୍ଷ ମଧ୍ୟରେ ଇହଲୀଳା ସମ୍ବରଣ କରିଥିବା ତାଙ୍କର ପୁରତନ ଶିକ୍ଷକ ତଥା ବାଲ୍ୟବନ୍ଧୁଙ୍କର ଅମର ଅତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ର ନିରବ ପ୍ରାର୍ଥନା କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହାପରେ ଶୁଭଦ୍ୱୀପ ପ୍ରଜ୍ୱଳନ କରି ଉତ୍ସବଟିକୁ ଆରମ୍ଭ କରିଥିଲେ। ସଦସ୍ୟ ଶ୍ରୀଯୁକ୍ତ କମଲ ବାଗଙ୍କ କଣ୍ଠସ୍ୱରରେ ସଙ୍ଗୀତ ଗାନ ସମସ୍ତଙ୍କୁ ଆମୋଦିତ କରିଥିବା ସ୍ଥଳେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ପ୍ରତିଯୋଗିତା ମୂଳକ କାର୍ୟ୍ୟକ୍ରମ କରାଯାଇଥିଲା। ଅନେକ ବର୍ଷ ପରେ ଦୂରଦୂରାନ୍ତରୁ ଆସିଥିବା ସଦସ୍ୟ ମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିବା ସହିତ ଏକଥା କହିବାକୁ ଭୂଲି ନଥିଲେ ଯେ ତାଙ୍କର କର୍ମମୟ ଜୀବନ ଭିତରେ ସେମାନେ ରାଉକେଲା ସହର ଭଳି ସହର ପାଇ ନାହାଁନ୍ତି ନା ଏ ସହରର ଆତ୍ମିୟତା ପାଇଛନ୍ତି। ଏହି ବନ୍ଧୁମିଳନ ପ୍ରମାଣିତ କରିପାରିଛି ନିଜର ଭବିଷ୍ୟତ ପାଇଁ ଯଦିବା କେହି ନିଜକୁ ଏ ସହରୁ ନିଜକୁ ଦୂରେଇ ନେଇଛନ୍ତି କିନ୍ତୁ ସମସ୍ତଙ୍କ ହୃଦୟ ଭିତରେ ଇସ୍ପାତ ସହର ପ୍ରତି ଗଭୀର ଶ୍ରଦ୍ଧା ଓ ଆବେଗ ଭରି ରହିଛି। ସଦସ୍ୟମାନେ ସେମାନଙ୍କୁ ଶିକ୍ଷାଦାନ କରି ଯୋଗ୍ୟ କରିଥିବା ଶିକ୍ଷକ ବୃନ୍ଦଙ୍କ ଗୁଣଗାନ କରିବା ସହିତ ସେମାନଙ୍କୁ ଏକ ଉତ୍ତମ ଭିବିଷ୍ୟତର ଉତ୍ତରାଧିକାରୀ କରିଥିବାରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଶେଷରେ ବିଦାୟ ରଜନୀ ବେଳାରେ ଅତ୍ୟନ୍ତ ଭାବବିହ୍ୱଳ ପରିବେଷରେ ସମସ୍ତେ ସମସ୍ତଙ୍କଠାରୁ ବିଦାୟ ନେବା ସହିତ ଆଗାମୀ ଭବିଷ୍ୟତରେ ପୁଣିଥରେ ଏକତ୍ରିତ ହେବାପାଇଁ ଆଶାବ୍ୟକ୍ତ କରିଥିଲେ। ଏହି କାର୍ୟକ୍ରମଟିକୁ ସଫଳ ରୂପାୟନ ଦେବାରେ ଶ୍ରୀଯୁକ୍ତ ପ୍ରଦିପ ମହାନ୍ତି, ମନମ୍ମଥ ଖଣ୍ଡୁଆଳ, ନରେନ ମାଝୀ, ପ୍ରମୋଦ ବେହେରା, ସର୍ବାନନ୍ଦ ଶତପଥି, ସବ୍ୟସାଚୀ ମିଶ୍ର, ପ୍ରଦିପ ପଣ୍ଡା, ଶ୍ରୀମତି କ୍ରିଷ୍ଣା ମହାନ୍ତି, ଜସ୍ମିନ ଦାଣ୍ଡିଆ, ପ୍ରଫୁଲ୍ଲ ଭୋଇ, ଦେବକାନ୍ତ ତ୍ରିପାଠୀ, ତ୍ରିଲୋଚନ ପଣ୍ଡା, ପ୍ରଭାସ ଦାସ, ଅଶ୍ୱୀନ ପ୍ରଧାନ, ଦେବରଞ୍ଜନ ଦାସ ଏବଂ ଐର ମହାନ୍ତି ପ୍ରମୁଖ ପରିଚାଳନା କରିବା ସହ ଏକ ସ୍ୱଳ୍ପ ସମୟ ମଧ୍ୟରେ ଏପରି ଏକ ମଧୁର କାର୍ୟ୍ୟକ୍ରମର ପରିକଳ୍ପନା କରିଥିବାରୁ ଶ୍ରୀଯୁକ୍ତ ସୁଶାନ୍ତ ଶଥପଥିଙ୍କୁ ସାଧୁବାଦ ଦେବା ସହ ରାଉରକେଲା ତଥା ରଜ୍ୟ ଓ ଦେଶ ବାହାରୁ ଆସି ଏହାକୁ ସଫଳ କରିଥିବା ହେତୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.