Home ଓଡ଼ିଶା ରାଉରକେଲା: ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ବାଜି ମାରିଲେ ଛାତ୍ରୀ

ରାଉରକେଲା: ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ବାଜି ମାରିଲେ ଛାତ୍ରୀ

99

ରାଉରକେଲା ୨୨-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ରାଉରକେଲାର ସରକାରୀ ଓ ବେସରକାରୀ କଲେଜରେ ଫଳାଫଳ ସନ୍ତୋଷଜନକ ହୋଇଛି। କଳାରେ୬୫.୮୯ ପ୍ରତିଶତ ପାସ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ ପ୍ରତିଶତ ପିଲା ପାସ କରିଛନ୍ତି। ପାସ ହାର ଚଳିତ ବର୍ଷ କମ ରହିଥିଲେ ସୁଦ୍ଧା ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଂଟର ଛାତ୍ରଛାତ୍ରୀ ମାନେ ସଫଳତାର ସହ କୃତୀତ୍ୱ ଅର୍ଜନ କରି ସାରନଗରୀ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଖବର ମିଳିଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଉକ୍ତ ଅନୁଷ୍ଠାନରେ ଅଧ୍ୟୟନରତ ମୋଟ ୨୫ ଜଣ ଛାତ୍ରଛାତ୍ରୀ ଚଳିତଥର ଯୁକ୍ତଦୁଇ କଳା ପରୀକ୍ଷା ଦେଇଥିବା ବେଳେ ଜଣ ପ୍ରଥମ ଶ୍ରେଣୀରେ ୮ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୨ ଜଣ ଅବଶିଷ୍ଟ ୫ ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହପିରି ଯୁକ୍ତ ଦୁଇ ବାଣିଜ୍ୟ ବିଭାଗରେ ଅଧ୍ୟୟନରତ ୩ ଜଣ ଛାତ୍ରୀ ୮୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖି ଅନୁଷ୍ଠାନର ଗର୍ବ ଓ ଗୌରବ ପାଲଟିଛନ୍ତି। ଉକ୍ତ ଅନୁଷ୍ଠାନରେ ଅଧ୍ୟୟନରତ ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୪ଜଣ ପ୍ରଥମ ଶ୍ରେଣୀ, ୨ ଜଣ ଦ୍ୱିତୀୟଶ୍ରେଣୀରେ ପାସ୍ କରିଥିବା ଜଣାପଡ଼ିଛି। ଯୁକ୍ତ ଦୁଇ ବାଣିଜ୍ୟରେ ଅନୁଷ୍ଠାନରେ ଅଧ୍ୟୟନରତ ଅଙ୍କିତା ପାଣିଗ୍ରାହୀ ୫୦୨ ନମ୍ବର ରଖି ସାରନଗରୀ ଅଂଚଳ ପାଇଁ ଗୌରବ ଅର୍ଜନ କରିଛନ୍ତି। ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରଶେଖର ମୁନ୍ନୀ, ନିର୍ଦ୍ଦେଶକ ସରୋଜ କୁମାର ବେହେରା, ଶିକ୍ଷକ ସୁନୀଲ ସାମଲଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ମାନେ ସଫଳ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.