Home ଓଡ଼ିଶା କେନ୍ଦ୍ରାପଡା କଲେଜ +୨ କଳାରେ ପାସହାର ୮୯.୭୫ ପ୍ରତିଶତ, କାର୍ତ୍ତକ ମଲ୍ଲିକ ପ୍ରଥମ

କେନ୍ଦ୍ରାପଡା କଲେଜ +୨ କଳାରେ ପାସହାର ୮୯.୭୫ ପ୍ରତିଶତ, କାର୍ତ୍ତକ ମଲ୍ଲିକ ପ୍ରଥମ

81

କେନ୍ଦ୍ରାପଡା ୨୨/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ଜୁନିଅର କଲେଜର +୨ କଳାରେ ପାସହାର ୮୯.୭୫ ହୋଇଥିବା ଜଣାପଡିଛି। କଲେଜର +୨ କଳା ଛାତ୍ର କାର୍ତ୍ତିକ କୁମାର ମଲ୍ଲିକ ମୋଟ ୬ଶହ ମାର୍କରୁ ୪୮୭ ନମ୍ବର ରଖି (୮୧ପ୍ରତିଶତ) କଲେଜରେ ପ୍ରଥମ ହୋଇଥିବା ବେଳେ ରାଜ୍ୟରେ ୪୪ନମ୍ବର ର୍ୟାଙ୍କରେ ରହିଛନ୍ତି। ସେହିଭଳି ଛାତ୍ରୀ ଆୟେଶା ବେଗମ ୪୭୯(୭୯.୯ପ୍ରତିଶତ)ମାର୍କ ରଖି କଲେଜରେ ଦ୍ୱିତୀୟ ହୋଇଥିବା ବେଳେ ରାଜ୍ୟରେ ୫୨ତମ ର୍ୟାଙ୍କରେ ଛାତ୍ରୀ ସତଦୀପା ସରକାର ୪୭୬(୭୯.୩୩ ପ୍ରତିଶତ)ମାର୍କ ରଖି କଲେଜରେ ତୃତୀୟ ହୋଇଥିବା ବେଳେ ରାଜ୍ୟରେ ୫୫ ନମ୍ବର ର୍ୟାଙ୍କରେ ରହିଛନ୍ତି। କଲେଜର ମୋଟ ୧୩ଜଣ ଛାତ୍ରଛାତ୍ରୀ ରାଜ୍ୟର ଏକଶହ ର୍ୟାଙ୍କ ମଧ୍ୟରେ ସ୍ଥାନ ପାଇଥିବା କଲେଜ ସୁତ୍ରରୁ ସୂଚନା ମିଳିଛି। କଲେଜର +୨ କଳା ପରୀକ୍ଷା ନିମନ୍ତେ ୨୪୪ଜଣ ଛାତ୍ରଛାତ୍ରୀ ଫର୍ମ ଫିଲପ କରିଥିବା ବେଳେ ୨ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ୨୪୨ଜଣ ପରୀକ୍ଷା ଦେଇଥିବା ବେଳେ ୬୫ଜଣ ପ୍ରଥମ ଶ୍ରେଣୀରେ ୪୮ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୧୦୬ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ବେଳେ ଜଣେ ପରୀକ୍ଷାରେ କପି କରି ଧରାପଡିବାରୁ ତାଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଥିବା ସୂଚନା ମିଳିଛି। କଲେଜ ଅଧ୍ୟକ୍ଷ ଡଃ.ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟାପକ ରଞ୍ଜିତ କୁମାର ଦାସଙ୍କ ଠାରୁ ଏହି ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.