Home ଜିଲ୍ଲା ପରିକ୍ରମା ଯୁବକକୁ ମାରଣାତ୍ମକ ଆକ୍ରମଣ

ଯୁବକକୁ ମାରଣାତ୍ମକ ଆକ୍ରମଣ

132

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ଥାନା ଅନ୍ତର୍ଗତ ପଧାନୀ ପଞ୍ଚାୟତ କଣ୍ଟିଦୋଳ ଗ୍ରାମର ଗଣେଶ ହାତୀଙ୍କ ପୁଅ ଗତକାଲି ସନ୍ଧ୍ୟାରେ ତୁଷାରକାନ୍ତ ଜାହାଙ୍ଗିର ବଜାରରେ ବସିଥିବାବେଳେ ଉକ୍ତ ଗ୍ରାମର କେତେକ ଯୁବକ ତାକୁ ଡ଼ାକିନେଇ ନଦୀବନ୍ଧ ନିକଟରେ ମାରଣାତ୍ମକ ଆକ୍ରମଣ କରିଥିଲେ । ଉକ୍ତ ଗ୍ରାମର ପ୍ରଦୀପ ଯେନା, ପରେଶ ଯେନା, ଦୀଲ୍ଲିପ ଯେନା, ସନ୍ଦୀପ ଯେନା, ଜଗନ୍ନାଥ ଯେନା ଏମାନେ ମିଳିତ ହୋଇ ତୁଷାରକୁ ଆକ୍ରମଣ କରିଥିଲେ । ପରେ ତାକୁ ବାନ୍ଧିଦେଇଥିଲେ ଏ ସମ୍ପର୍କରେ ତୁଷାରଙ୍କ ବାପା ପହଂଚି ତାଙ୍କୁ ଉଦ୍ଧାର କରି ଧାମନଗର ଡ଼ାକ୍ତରଖାନାକୁ ନେଇଥିଲେ । ସେଠାର ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏସମ୍ପର୍କରେ ଗଣେଶ ଆଜି ଧାମନଗର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଆକ୍ରମଣ କାରୀମାନେ ଫେରାର ହୋଇଯାଇଥିବାରୁ ପୋଲିସ ସେମାନଙ୍କୁ ଗିରଫ କରିପାରିନାହିଁ । ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବାର ପ୍ରାରମ୍ଭିକ ସୂତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.