Home ଜିଲ୍ଲା ପରିକ୍ରମା ସାରସ୍ୱତସାଧକ, ସୁସାହିତ୍ୟିକ ତଥା ପ୍ରଶାସନିକ ଅଧିକାରୀ ଡ ନରହରି ବେହେରାଙ୍କ ବିୟୋଗରେ ଶୋକ

ସାରସ୍ୱତସାଧକ, ସୁସାହିତ୍ୟିକ ତଥା ପ୍ରଶାସନିକ ଅଧିକାରୀ ଡ ନରହରି ବେହେରାଙ୍କ ବିୟୋଗରେ ଶୋକ

213

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକର ପୂର୍ବତନ ବିଡ଼ିଓ, ତହସିଲଦାର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସୁ ସାହିତ୍ୟିକ, ସୁନାମଧନ୍ୟ ପ୍ରଶାସକ, ବିଶିଷ୍ଟସ୍ତମ୍ବକାର ଡ଼ଃ ନରହରି ବେହେରାଙ୍କ ଅକାଳ ବିୟୋଗରେ ଆଜି ଧାମନଗର ସ୍ଥିତ ରାମମନ୍ଦିର ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ହେମେନ୍ଦ୍ରନାଥ ମହାନ୍ତିଙ୍କ ଆବାହକତ୍ୱରେ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦିବଙ୍ଗତ ଆତ୍ମା ସ୍ୱର୍ଗତ ନରହରି ବେହେରା ଓ ବିଶିଷ୍ଟ ପ୍ରବଚକ ବନମାଳି ତରାଇଙ୍କ ବିୟୋଗରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଧାମନଗର ଅଞ୍ଚଳର ରାମଚନ୍ଦ୍ର ସାହୁ, ସାମ୍ବାଦିକ ବାସୁଦେବ ତ୍ରିପାଠୀ, ନାରିନେତ୍ରୀ ଜାନକି ଦାସ, ଜୟନ୍ତି ଜେନା, ପ୍ରଦୀପ ମହାପାତ୍ର, ସୁଧାକର ଦାଶ, ସେକ୍ ଜାଫର ଅଲ୍ଲୀ, ପ୍ରମୋଦ ସ୍ୱାଇଁ, ଅଭିମନୂୁ୍ୟ ମଲ୍ଲିକ, ରମେଶଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ଜେନା, ଅରୁଣପ୍ରକାଶ ନାୟକ, ଅମରେନ୍ଦ୍ର ମହାନ୍ତି, ରଣଜିତ୍ ମହାନ୍ତି, ନିରାକାର ରାଉତ, ମନୋଜ ସିଂହ, ଭାବଗ୍ରାହୀ ଖୁଣ୍ଟିଆ, ମନୋଜ କୁମାର ଜେନା, ସତ୍ୟସୁନ୍ଦର ପରିଡ଼ା, ଦାମୋଦର ସାହୁ, ଶଚିକାନ୍ତ ପଣ୍ଡା, ସୁବାଶ ମଲ୍ଳିକ, ସଞ୍ଜୀବ ମହାନ୍ତି, ସୁଶାନ୍ତ ରାଉତ ସମେତ ପ୍ରମୁଖ ବ୍ୟକ୍ତିମାନେ ଯୋଗଦେଇ ସ୍ୱର୍ଗତ ଆତ୍ମା ଦ୍ୱୟଙ୍କ ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.