Home Top News ଯମୁନା ପରେ ଏବେ ବିହାରରେ ଗଙ୍ଗା ନଦୀରେ ଭାସୁଛି କୁଢ଼ କୁଢ଼ ଶବ

ଯମୁନା ପରେ ଏବେ ବିହାରରେ ଗଙ୍ଗା ନଦୀରେ ଭାସୁଛି କୁଢ଼ କୁଢ଼ ଶବ

241

ବକ୍ସର/ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) : ଦୁଇ ତିନି ଦିନ ପୂର୍ବରୁ ଖବର ଆସିଥିଲାଯେ, ଉତ୍ତର ପ୍ରଦେଶର ହାମିରପୁର ନିକଟରୋ ଯମୁନା ନଦୀରେ ଏକ ଡର୍ଜନ ପାଖାପାଖି ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ହମିରପୁର ଜିଲ୍ଲାର ଯମୁନା ନଦୀରେ ଏହି ସଂଖ୍ୟାରେ ମୃତଦେହ ମିଳିଥିବା ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଡର୍ଜନ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା।

କିନ୍ତୁ ଆଜି ବିହାରର ବକ୍ସର ଜିଲ୍ଲାର ଚାଉସା ବ୍ଲକର ଚାଉସା କ୍ରେମେଟୋରିୟମ ନିକଟରେ ଗଙ୍ଗା ନଦୀରେ ଅତି କମରେ ୪୦ରୁ ଅଧିକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି ବୋଲି ଜାତୀୟ ତଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

ସ୍ଥାନୀୟ ପ୍ରଶାସନ ଏହା ମଧ୍ୟ ନିଶ୍ଚିତ କରିଛି। କିନ୍ତୁ ସ୍ଥାନୀୟ ବିବିସି ହିନ୍ଦି ସ୍ଥାନୀୟ ସାମ୍ବାଦିକମାନଙ୍କ ମତ ପ୍ରକାଶ କରି ଲେଖିଛିଯେ, ସ୍ଥାନୀୟ ସାମ୍ବାଦିକମାନେ ଦାବି କରିଛନ୍ତି ଯେ, ସେମାନେ ଗଙ୍ଗାକୂଳ ଶବଦାହ ସ୍ଥାନରେ ଅଧିକ ଶବ ଦେଖିଛନ୍ତି।

ଉକ୍ତ ରିପୋର୍ଟରେ ମଧ୍ୟ ଏହା କୁହାଯାଇଛିଯେ, ସ୍ଥାନୀୟ ସ୍ତରରେ ଆସିଥିବା ଚିତ୍ରଗୁଡ଼ିକ ଆଶ୍ଚର୍ଯ୍ୟଜନକ ମଧ୍ୟ। ଶବଗୁଡ଼ିକୁ ପଶୁମାନେ ଖାଉଥିବା ଦେଖିବାକୁ ମିଳିଥିଲା।

ଚାଉସା ବ୍ଲକ ଉନ୍ନୟନ ଅଧିକାରୀ ଅଶୋକ କୁମାର ଗଣମାଧ୍ୟମକୁ ନିଶ୍ଚିତ କରିଛନ୍ତି ଯେ “ଗଙ୍ଗାରେ ୩୦ ରୁ ୪୦ ମୃତଦେହ ମିଳିଛି। ଉତ୍ତରପ୍ରଦେଶରୁ ଏହି ମୃତଦେହ ଭାସିଆସିଥିବାର ସମ୍ଭାବନା ରହିଛି। ମୁଁ ନିଜେ ଘାଟରେ ଉପସ୍ଥିତ ରହି ବାସ କରୁଥିବା ଲୋକଙ୍କ ସହ କଥାବାର୍ତ୍ତା କରିଛି। ଶବ ଏଠାର ନୁହେଁ ବୋଲି କହିଛନ୍ତି।

କିଛି ସ୍ଥାନୀୟ ବାସୀନ୍ଦାଙ୍କର କହିବାନୁଯାୟୀ, “ବର୍ତ୍ତମାନ ଗଙ୍ଗା ନଦୀରେ ସୂଅ ନାହିଁ। ପଶ୍ଚିମା ପବନ ବହୁଛି, ଏବେ ପୂର୍ବାପବନର ସମୟ ନୁହେଁ। ଏଭଳି ପରିସ୍ଥିତିରେ ଶବ କିପରି ବହିଯିବ?”

ଅନ୍ୟ କିଛି ଲୋକ କୁହନ୍ତି, ମେ ୯ ରେ, ପ୍ରଥମ ଥର ପାଇଁ ସେଠାରେ ୧୦୦ ଟି ମୃତଦେହ ଦେଖିବାକୁ ମିଳିଥିଲା। ମେ ୧୦ ରେ ଏହାର ସଂଖ୍ୟା କମଥିଲା। ବାସ୍ତବରେ, ବକ୍ସର ଚରିତ୍ରଭାନ୍ ଘାଟର ପୁରାଣଗତ ମହତ୍ତ୍ୱ ରହିଛି ଏବଂ ବର୍ତ୍ତମାନ ଶବକୁ ପୋଡିବା ସ୍ଥାନ ମିଳୁନାହିଁ। ସେଥିପାଇଁ ଲୋକମାନେ ମୃତଦେହକୁ ଆଠ କିଲୋମିଟର ଦୂରରେ ଥିବା ଚାଉସା କ୍ରେମେଟୋରିୟମକୁ ଆଣୁଛନ୍ତି। ”

“କିନ୍ତୁ ଏହି ଘାଟରେ କୌଣସି କାଠ ବ୍ୟବସ୍ଥା ନାହିଁ। ଡଙ୍ଗା ମଧ୍ୟ ବନ୍ଦ ରହିଛି। ତେଣୁ ଲୋକମାନେ ଗଙ୍ଗାରେ ଶବକୁ ଏହିପରି ପ୍ରବାହିତ କରୁଛନ୍ତି। ଯଦି ଡଙ୍ଗା ଚାଲୁଥାନ୍ତା, ତେବେ ଅନେକ ଲୋକ ଶବକୁ ବାନ୍ଧି ମଝି ଗଙ୍ଗାରେ ପ୍ରବଳ ସୂଅରେ ପ୍ରବାହିତ କରିଥାନ୍ତେ। କିନ୍ତୁ ତାହା ମଧ୍ୟ ଡଙ୍ଗା ଚାଲୁନଥିବାରୁ ସମ୍ଭବ ହେଉନାହିଁ।” ବୋଲି କିଛି ସ୍ଥାନୀୟ ଲୋକ କହିଛନ୍ତି।

ଏହି ଘାଟରେ ଉପସ୍ଥିତ ଥିବା ପଣ୍ଡିତ ଦିନ୍ ଦିନେ ପାଣ୍ଡେ ସ୍ଥାନୀୟ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ସାଧାରଣତଃ ଦୁଇ ରୁ ତିନିଟି ଶବ ଏହି ଘାଟକୁ ଆସୁଥିଲା, କିନ୍ତୁ ଗତ ୧୫ ଦିନ ହେବ ଦୈନିକ ପ୍ରାୟ ୧୫ ରୁ ୨୦ ଟି ଶବ ଏଠାକୁ ଆସୁଛି। ଗଙ୍ଗା ରେ ସେମାନେ ପ୍ରବାହିତ କରିଦେଉଛନ୍ତି, ଏଗୁଡ଼ିକ ସଂକ୍ରମିତ ଲୋକଙ୍କ ଶରୀର। ଏଠାରେ ଆମେ ଗଙ୍ଗା ରେ ବୁହାଇବାକୁ ମନା କରୁଛୁ, କିନ୍ତୁ ଲୋକମାନେ ଏଥିରେ ସହମତ ନୁହଁନ୍ତି। ପ୍ରଶାସନ ଏଠାରେ ଜଣେ ଚୌକିଦାର ରଖିଛି, କିନ୍ତୁ କେହି ତାଙ୍କ କଥା ଶୁଣୁ ନାହାଁନ୍ତି।”

ଏବେ ମୃତଦେହଗୁଡ଼ିକୁ ପ୍ରଶାସନ ଗାତ ଖୋଳି ପୋତିଦେଉଛନ୍ତି। ବର୍ତ୍ତମାନ, ବୁକ୍ସର ପ୍ରଶାସନ ଘାଟରେ ଜେସିବି ମେସିନ୍ ରେ ଗାତ ଖୋଳି ମୃତଦେହକୁ କବର ଦେବା ପ୍ରକ୍ରିୟା ଆରମ୍ଭ କରିଛି।

ଘାଟରେ ରହୁଥିବା ଜଣେ ମହିଳା ଗଣମାଧ୍ୟମକୁ କହିଛନ୍ତିଯେ, ଲୋକମାନଙ୍କୁ ମନା କରୁଛନ୍ତି, କିନ୍ତୁ ଲୋକମାନେ ଝଗଡ଼ା କରି କହୁଛନ୍ତି ଯେ ଆପଣଙ୍କ ପରିବାର ଆମକୁ କାଠ ଦେଲେ ଆମେ କାଠରେ ଶବଦାହ କରିବୁ।

ବକ୍ସର ଜିଲ୍ଲାର ସ୍ଥାନୀୟ ସାମ୍ବାଦିକମାନେ କହିଛନ୍ତି ଯେ ଏଠାରେ କୋଭିଡ ସଂକ୍ରମିତ ରୋଗୀଙ୍କ ଶବଦାହ ପାଇଁ ୧୫-୨୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଘରୋଇ ଡାକ୍ତରଖାନାରେ ଲୁଟ ଚାଲିଛି। ଶ୍ମଶାନକୁ ଯାଇ ପଣ୍ଡିତଙ୍କପାଖରେ ମଧ୍ୟ ଟଙ୍କା ଖର୍ଚ୍ଚ କରିବା ପାଇଁ ଲୋକଙ୍କ ପାଖରେ ଆଉ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଶବକୁ ଆମ୍ବୁଲାନ୍ସରୁ ବାହାରକୁ କାଢ଼ିବା ପାଇଁ ଏପରିକି ଦୁଇ ହଜାର ଟଙ୍କା ମାଗୁଛନ୍ତି। ତେଣୁ ଲୋକମାନେ ନିରୁପାୟ ହୋଇ ଗଙ୍ଗାରେ ଶବ ପ୍ରବାହିତ କରୁଛନ୍ତି।”

ସୂଚନାଯୋଗ୍ୟଯେ, ବିହାରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି।

କରୋନା ଭୂତାଣୁ ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରେ ଲୋକମାନେ ଉତ୍ତରପ୍ରଦେଶର ହାମିରପୁରର ଯମୁନା ନଦୀ ବ୍ରିଜ ନିକଟରେ ଏକ ଡର୍ଜନ ପାଖାପାଖି ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ହମିରପୁର ଜିଲ୍ଲାର ଯମୁନା ନଦୀରେ ଏହି ସଂଖ୍ୟାରେ ମୃତଦେହ ମିଳିଥିବା ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଡର୍ଜନ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲା।

ଗ୍ରାମବାସୀମାନେ ନଦୀରେ ମୃତଦେହ ପ୍ରବାହିତ କରିଥିଲେ

ଯମୁନା ନଦୀରେ ମୃତ ଦେହର ବାସ୍ତବତା ଜାଣିବା ପାଇଁ ହମିରପୁର ପୋଲିସ, ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ୍ ତଦନ୍ତରୁ ଜଣାପଡ଼ିଲାଯେ, କାନପୁର ଏବଂ ହମିରପୁର ଜିଲ୍ଲାର ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା। ଗ୍ରାମବାସୀ ଏହି ମୃତଦେହଗୁଡ଼ିକୁ ନଦୀରେ ପ୍ରବାହିତ କରିଥିବା ଜଣାପଡ଼ିଥିଲା।

ହମିରପୁର ଜିଲ୍ଲାରେ ପ୍ରବାହିତ ଯମୁନା ନଦୀର ଉତ୍ତରକୂଳ କାନପୁର ଏବଂ ଦକ୍ଷିଣ ସୀମା ହାମିରପୁରରେ ଅଛି। ଅର୍ଥାତ୍ ଯମୁନା ନଦୀ କାନପୁର ଏବଂ ହମିରପୁର ଜିଲ୍ଲାର ସୀମା ରେଖା ଭାବରେ ପ୍ରବାହିତ ହେଉଛି। କାନପୁର ଏବଂ ହମିରପୁର ଜିଲ୍ଲାର ଲୋକମାନେ ଯମୁନା ନଦୀକୁ ମୋକ୍ଷଦାୟୀନୀ କାଳିନ୍ଦୀ ଭାବରେ ବିବେଚନା କରନ୍ତି ଏବଂ ମୃତ୍ୟୁ ପରେ ଶବକୁ ଏହି ଯମୁନାରେ ଜଳ ପ୍ରବାହ କରିବାର ଏକ ପୁରୁଣା ପରମ୍ପରା ରହିଛି।

କରୋନା ଅବଧିରେ ନଦୀରେ ମୃତ ଦେହ ସଂଖ୍ୟା ବୃଦ୍ଧି
ଯମୁନା ନଦୀରେ ପ୍ରାୟତଃ ସବୁବେଳେ କିଛି ନା କିଛି ଶବ ଦେଖିବାକୁ ମିଳିଥାଏ, କିନ୍ତୁ କରୋନା ସମୟରେ ନଦୀରେ ମୃତ ଦେହର ପରିସ୍ଥିତିକୁ ଦେଖି, ଯାହା ଅନୁମାନ କରାଯାଇପାରେ ଯେ ଗ୍ରାମାଞ୍ଚଳରେ ବହୁ ସଂଖ୍ୟାରେ ଲୋକ ମରୁଛନ୍ତି। କରୋନାକୁ ଭୟ କରି ଶବଗୁଡ଼ିକର ମୃତ ଶରୀରକୁ ଜାଳିବା ପରିବର୍ତ୍ତେ ସେମାନେ ଯମୁନା ନଦୀରେ ପ୍ରବାହିତ କରି ଦେଉଛନ୍ତି ଏବଂ ଏହି କାରଣରୁ ଡର୍ଜନେ ମୃତଦେହ ଏକାସାଙ୍ଗରେ ଯମୁନା ନଦୀରେ ଭାସୁଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.