Home କେନ୍ଦୁଝର ଯୁୂବତୀଙ୍କୁ ମାଡ ଘଟଣାରେ ଥାନା ଘେରିଲେ ମହିଳା

ଯୁୂବତୀଙ୍କୁ ମାଡ ଘଟଣାରେ ଥାନା ଘେରିଲେ ମହିଳା

242

ହାଟଡ଼ିହି, ୧୦ ।୫: (ଓଡିଆପୁଅ / ବିକାଶ ବିଶ୍ୱାଳ) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଖେତୁଆଳି ଗ୍ରାମରେ ଜମିବାଡି ବିବାଦକୁ ନେଇ ଜଣେ ଯୁବତୀକୁ ମରଣାନ୍ତକ ଆକ୍ରମଣ କରିବା ଘଟଣାର ମାସେ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଯିବା ପ୍ରତିବାଦରେ ଆଜି କିଛି ମହିଳା ଥାନା ଘେରାଉ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଖେତୁଆଳି ଗ୍ରାମର ଇନ୍ଦ୍ରମଣି ଜେନା ଓ ଅଲେଖ ଯେନାଙ୍କ ପରିବାର ଭିତରେ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ଗତ ଏପ୍ରିଲ ୧୦ତାରିଖ ଦିନ ଏହାକୁନେଇ ଉଭୟ ପରିବାର ମଧ୍ୟରେ ଝଗଡା ଲାଗିବାରୁ ଅଲେଖଙ୍କ ପରିବାରର ଜଗନ୍ନାଥ ଯେନା, ବଳରାମ ଯେନା, ନାରାୟଣ ଯେନା, ବ୍ରହ୍ମାନନ୍ଦ ଯେନା, ପ୍ରମୋଦ ଯେନା, ପ୍ରବିଣା ଯେନା, ସଞ୍ଜୁଲତା ଯେନା, ପ୍ରଜ୍ଞା ଯେନା, ସୁକୁଟି ଯେନା, ପପି ଯେନା, ଲିପି ଯେନା, କାଳନ୍ଦୀ ଯେନା, ଶାନ୍ତିଲତା ଯେନା ପ୍ରମୁଖ ମିଳିତ ଭାବେ ଇନ୍ଦ୍ରମଣୀ ଯେନାଙ୍କ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ଇନ୍ଦ୍ରମଣୀ ଯେନାଙ୍କ ଝିଅ ମାଳତୀକୁ ଟେକି ଫୋପାଡି ଦେବାରୁ ସେ ନିକଟରେ ଥିବା ଏକ ଖାତରେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ନେଇ ଚିକିତ୍ସା କରିଥିଲେ । ମାଳତୀ ଆଜି ପର୍ଯ୍ୟନ୍ତ ଭଲ ହୋଇନପାରି ଘରେ ପଡି ରହିଛି । ଥାନାରେ ମାସେ ହେଲା ଅଭିଯୋଗ ହୋିଥିଲେ ମଧ୍ୟ ପୁଲିସ ନୀରବଦ୍ରଷ୍ଟା ସାଜିଛି । ପୁଲିସ କୌଣସି ପଦକ୍ଷେପ ନନେବାରୁ ଅଲେଖଙ୍କ ପରିବାର ଲୋକେ ଇନ୍ଦ୍ରମଣୀଙ୍କ ପରିବାର ଲୋକଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ଇନ୍ଦ୍ରମଣିଙ୍କ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଆଜି ଇନ୍ଦ୍ରମଣୀଙ୍କ ସ୍ତ୍ରୀ ଶାନ୍ତିଲତା ଯେନା, ବୁଲିରାଣୀ ଯେନା, ମାଳତୀ ଯେନା, ଟିକିନା ଯେନା, ଶଶି ଯେନା, କମଳା ଯେନା, ଝରଣା ଯେନା ପ୍ରମୁଖ ମହିଳାମାନେ ଥାନା ଘେରାଉ କରିବା ସହିତ ପୁଲିସର ନୀରବତାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଯଦି ୭ଦିନ ଭିତରେ ପୁଲିସ କିଛି ପଦକ୍ଷେପ ନନିଏ ତେବେ ବାଧ୍ୟହୋଇ ଅନସନରେ ବସିବାକୁ ମହିଳାମାନେ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଥାନା ଅଧିକାରୀ ମଦନ ନାୟକଙ୍କୁ ପଚାରିବାରେ ଜମିବାଡି ନେଇ ସଂଘର୍ଷ ହୋଇଥିଲା । ଏନେଇ ଉଭୟ ପକ୍ଷର ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି, ତୁରନ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.