Home ଆମ ପର୍ବ ପର୍ବାଣୀ ମା’ ଙ୍କର ପୂଜା ବନ୍ଦ ହେବନାହିଁ ; କିନ୍ତୁ ଉତ୍ସବ ଉପରେ କଟକଣା: ଜିଲ୍ଲାପାଳ

ମା’ ଙ୍କର ପୂଜା ବନ୍ଦ ହେବନାହିଁ ; କିନ୍ତୁ ଉତ୍ସବ ଉପରେ କଟକଣା: ଜିଲ୍ଲାପାଳ

210

ଯାଜପୁର ୨୪ା୯ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କରୋନା ମହାମାରୀ ପରିପ୍ରେକ୍ଷୀରେ ଯାଜପୁରରେ ଆଗାମୀ ଦୁର୍ଗାପୂଜାକୁ ନିରାଡମ୍ୱର ଭାବେ ପାଳନ କରାଯିବ ବୋଲି ସର୍ବ ସମ୍ମତ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା ସଂପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କରୋନା ପାଇଁ ମା’ ଙ୍କର ପୂଜା ବନ୍ଦ କରାଯିବ ନାହିଁ ବୋଲି କହିଥିଲେ। ତେବେ କୈାଣସି ଉତ୍ସବ, ଗହଳି, ବାଜା, ରୋଷଣୀ, ମେଲୋଡି ବା ସଂଗୀତ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ସରକାରଙ୍କର ମାର୍ଗ ଦର୍ଶିକା ଅନୁସାରେ କୈାଣସି ବି ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ପୁଂଟରୁ ଅଧିକ ହେବନାହିଁ। ମଣ୍ଡପର ୩ ପାର୍ଶ୍ୱ ବନ୍ଦ ରହିବ। ମଣ୍ଡପରେ ସର୍ବାଧିକ ୭ ଜଣ ବ୍ୟକ୍ତିଙ୍କ ଉପସି୍ଥତିକୁ ଅନୁମତି ମିଳିବ ଓ ଲୋକ ଗହଳି ହେବନାହିଁ ବୋଲି ସେ କହିଥିଲେ। ପ୍ରତ୍ୟେକ ପୂଜା କମିଟି ପୂଜା ପୂର୍ବରୁ ପ୍ରଶାସନ ଠାରୁ ଅନୁମତି ନେବେ। ମଣ୍ଡପରେ କୈାଣସି ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବ ନାହିଁ ଓ ପ୍ରତ୍ୟେକ କୋଭିଡର ଯେଉଁ ମାର୍ଗ ଦର୍ଶିକା ରହିଛି, ଯେପରି ସାମାଜିକ ଦୂରତା ରକ୍ଷା, ସାନିଟାଇଜ୍ କରିବା, ମାସ୍କ ବ୍ୟବହାର କରିବା ଇତ୍ୟାଦିକୁ କଡାକଡି ଭାବେ ଅନୁପାଳନ କରିବେ। ସେହିପରି ବିସର୍ଜନ ଅତ୍ୟନ୍ତ ନିରାଡମ୍ୱର ଭାବେ ବିନା ଶୋଭାଯାତ୍ରାରେ କରାଯିବ। ପୈାର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ଦେବୀଗଡା ଠାରେ ଏକ କୃତ୍ରିମ ପୋଖରୀରେ ଏହି ମୂର୍ତ୍ତି ବିସର୍ଜନ କରାଯିବ ବୋଲି ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଥିଲେ। ବିଭିନ୍ନ ବିଭାଗ ମାନେ ବିଗତ ବର୍ଷ ମାନଙ୍କ ଭଳି ସେମାନଙ୍କର ଦାୟିତ୍ୱ ନିର୍ବାହ ସହ ପୂଜା ଓ ଭସାଣୀକୁ ଶୃଙ୍ଖଳିତ ଭାବେ ପରିଚାଳିତ କରିବେ। ସେଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ। ପୋଲିସ ବାହିନୀ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପଦକ୍ଷେପ ନେବେ ସାଧାରଣ ଲୋକମାନେ ଏବଂ ସମସ୍ତ ପୂଜା କମିଟି ଏଥିରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ବିଗତ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ପରିସ୍ଥିତି ଭିନ୍ନ। କରୋନା ପାଇଁ ସମଗ୍ର ବିଶ୍ୱ ଆତଙ୍କିତ ଓ ଚିନ୍ତିତ ମଧ୍ୟ। ତେଣୁ ଯଥା ସମ୍ଭବ ନିରାପଦ ଓ ସୁରକ୍ଷିତ ଭାବେ ମା’ ଙ୍କ ବାର୍ଷିକ ପୂଜାକୁ ଆୟୋଜନ କରିବାକୁ ସେ ଅନୁରୋଧ କରିଛନ୍ତି। ସରକାରଙ୍କର ପରବର୍ତ୍ତୀ ମାର୍ଗ ଦର୍ଶକାରେ ଯଦି କୈାଣସି ପରିବର୍ତ୍ତନ ଆସେ ତାହାକୁ ପୂଜା କମିଟିକୁ ଅବଗତ କରାଯାଇ ଅନୁପାଳନ କରାଯିବ ବୋଲି ଶ୍ରୀ ଚଳ୍ରବର୍ତ୍ତୀ ସ୍ପଷ୍ଟ କରିଦେଇଥିଲେ। ଏହି ବୈଠଳରେ ଆଇ-ଏ-ଏସ୍‌- ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲି୍ଳକ, ଡେପୁଟୀ କଲେକ୍ଟର ଶୁଭଦର୍ଶନ ମିଶ୍ର, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି, ଅନୁପ କୁମାର ବେହେରା, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ବିରଜା ମା’ଙ୍କର ସେବାୟତ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.