Home ଓଡ଼ିଶା ମାଟିଆପଡାରେ ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ

ମାଟିଆପଡାରେ ରେଳ ଓଭରବ୍ରିଜ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ

180

ପୁରୀ, ୨୬/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) -ପୁରୀ ବାସୀ ଙ୍କ ଦୀର୍ଘଦିନର ଦାବି ସଫଳ ହେବାକୁ ଯାଉଛି। ମାଟିଆ ପଡାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଖୁବ ଶୀଘ୍ର ପୁରୀ ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେବ। ଏଥିପାଇ ଆଜି ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ ପ୍ରଶସାନର ଏକ ବୈଠକ ଅନୁଷ୍ଠିତ ହୋଇଛି। ମାଟିଆପଡା ବଦଳରେ ହୁଳୁହୁଳିଆ ପୋଲ କିମ୍ବା ଏନସିସି ଅଫିସ ନିକଟରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ତାହାକୁ ଆଗ୍ରହ୍ୟ କରାଯାଇଥିବା ବେଳେ ମାଟିଆପଡା ରେ ହିଁ ରେଳ ଓଭର ବ୍ରିଜ ନିର୍ମାଣ ପାଇଁ ସୂଚନା ଦିଆଯାଇଥିଲା। ସୌନ୍ଦର୍ଯ୍ୟ ପୂର୍ଣ୍ଣ ବାତାବରଣ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଗାମୀ ଦିନରେ ଜମି ଅଧିଗ୍ରହଣ ପାଇଁ ସର୍ଭେ କରାଯିବ ଓ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହୋଇଥିବା ଉଛେଦ କାର୍ଯ୍ୟରେ ଯେଉଁଭଳି ବିସ୍ଥାପିତଙ୍କୁ ପ୍ୟାକେଜ ଦିଆଯାଇଛି ସେହିଭଳି ଭାବେ ଏଠାରେ ପ୍ୟାକେଜ ଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.