Home କେନ୍ଦୁଝର ଛେନାପଦିରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଅନୁମତି

ଛେନାପଦିରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଅନୁମତି

287

ହାଟଡିହି, ୨୬ /୯: (ଓଡିଆପୁଅ/ବିକାଶ ବିଶ୍ୱାଳ)ହାଟଡିହି ବ୍ଲକର ଛେନାପଦିଛକରେ କରୋନା ପ୍ରତିଷେଧକ ବିକ୍ରୀ ପାଇଁ ଧବଳେଶ୍ୱର ମେଡିସିନି ଷ୍ଟୋରକୁ ଅନୁମତି ମିଳିଛି । କେନ୍ଦୁଝର ଡିଆଇଙ୍କ ଚିଠିନଂ ୧୧୦୪ ଅନୁସାରେ ଜିଲ୍ଲାର ୧୨ଟି ଔଷଧ ଦୋକାନକୁ ଏହି ଅନୁମତି ପ୍ରଦାନ କରାଯାଇଛି । ଯିଏ ଏହି ଔଷଧ ନେବେ ସେମାନଙ୍କ ଠାରୁ ଡାକ୍ତରଙ୍କ ଚିଠା ସହ ରୋଗୀଙ୍କ ସମସ୍ତ ତଥ୍ୟ ରଖି ଏହି ଔଷଧ ବିକ୍ରୀପାଇଁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦୁଝର ଡ୍ରଗ ଇନିସପେକ୍ଟର ଛେନାପଦି ଭଳି ସ୍ଥାନରେ ଏପରି ଔଷଧ ବିକ୍ରୀ ପାଇଁ ଅନୁମତି ଦେଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.