Home ଜିଲ୍ଲା ପରିକ୍ରମା ମହିଳା ମହାସଂଘର ସଭାପତି-ସଂପାଦିକାଙ୍କ ମଧ୍ୟରେ ବିବାଦ ଘଟଣା, ତାଲା ପଡିଥିବା ମିଶନ ଶକ୍ତି ଗୃହକୁ ଭାଙ୍ଗିଲେ...

ମହିଳା ମହାସଂଘର ସଭାପତି-ସଂପାଦିକାଙ୍କ ମଧ୍ୟରେ ବିବାଦ ଘଟଣା, ତାଲା ପଡିଥିବା ମିଶନ ଶକ୍ତି ଗୃହକୁ ଭାଙ୍ଗିଲେ ମହିଳା

50

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବ୍ଲକ ମୁସ୍ତାଫାପୁର ପଂଚାୟତ କାଳୀ ବଜାର ଠାରେ ଥିବା ମିଶନ ଶକ୍ତି ଗୃହଟିକୁ ଜୈନିକା ମହିଳା ଦୀର୍ଘ ଦିନ ହେଲା ତାଲା ପକାଇଥିଲେ । ଆଜି ସେହି ଗୃହର ତାଲାକୁ ମିଶନ ଶକ୍ତିର ମହିଳାମାନେ ତାଲାଭାଙ୍ଗି ଗୃହକୁ ପ୍ରବେଶ କରିଛନ୍ତି । ଏହି ଘଟଣାକୁ ନେଇ ସେଠାରେ ବେଶ କିଛି ସମୟ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା । ପ୍ରକାଶ ଥାଉକି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରାମାଚଂଳର ମହିଳା ମାନଙ୍କ ଆର୍ଥିକ ସ୍ୱଚ୍ଛଳ ଓ ଆତ୍ମ ନିର୍ଭରଶୀଳ ପାଇଁ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ରହିଛି । ଏଥିରେ ପ୍ରତି ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇ ସେଠାରେ ସ୍ୱଂୟ ସହାୟକା ଗୋଷ୍ଠୀର ସଦସ୍ୟା, ସିଆରପି ଓ ଏମବିକେ ଏବଂ ମହିଳା ମହାସଂଘର ବୈଠକ କରାଯାଇ ବିଭିନ୍ନ ପ୍ରଯୋନା ପ୍ରସ୍ତୁତ କରାଯାଇଥାଏ । ହେଲେ ଏଠାରେ ଥିବା ଏହି ମିଶନ ଶକ୍ତି ଗୃହକୁ ମୁସ୍ତାଫାପୁର ମହିଳା ମହାସଂଘର ସଂପାଦିକା ମଂଜୁଲତା ଜେନା ଦୀର୍ଘ ଦିନ ଧରି ତାଲା ପକାଇ ଅଭିଯୋଗ କରିଥିଲେ ଯେ, ଉକ୍ତ ପଂଚାୟତର ଏମବିକେ ଓ ସିଆରପି ଏବଂ ବ୍ୟାଙ୍କମିତ୍ର ଚୟନରେ ବ୍ୟାପକ ଅନିୟମିତତା ହୋଇଛି । ହେଲେ ଏହି ତାଲା ପଡିବାର ଦୀର୍ଘ ମାସ ବିତିଥିଲେ ବି ଆଜି ପର୍ଯ୍ୟନ୍ତ ପ୍ରଶାସନ କୌଣସି ପଦକ୍ଷେପ ନେଇ ନାହାନ୍ତି ବୋଲି ଶ୍ରୀମତି ଜେନା ଅଭିଯୋଗ କରିଛନ୍ତି । ଅପରପକ୍ଷେ ମହିଳା ମହାସଂଘର ସଭାନେତ୍ରୀ ସୁନନ୍ଦା ସାହୁ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ କହନ୍ତି ସରକାରୀ ନିତିନିୟମ ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଉପରୋକ୍ତ ପଦବୀ ପାଇଁ ଚୟନ ପକ୍ରିୟା କରାଯାଇଥିଲା । ଏଥିରେ କୌଣସି ଅନିୟମିତତା ହୋଇନଥିବା ବେଳେ କେବଳ ଉଦ୍ଦେଶ୍ୟ ମୂଳକ ଭାବେ ସଂପାଦିକା ଜବରଦସ୍ତ ଭାବେ ଗୃହରେ ତାଲା ପକାଇଥିଲେ । ଏଥିପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହିତ ମିଶନ ଶକ୍ତିର ଘର ଥାଇ ମଧ୍ୟ ଆମର ବିଭିନ୍ନ କାର୍ଯ୍ୟକ୍ରମ ବାରଦୁଆରରେ କରିବାକୁ ବାଧ୍ୟ ହେଉଥିଲୁ । ହେଲେ ଆଜି ବାଧ୍ୟ ହୋଇ ମିଶନ ଶକ୍ତି ପକ୍ଷରୁ ଉକ୍ତ ଗୃହର ତାଲା ଭଙ୍ଗି ଆମର ବୈଠକ କରିଛୁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.