Home ଜିଲ୍ଲା ପରିକ୍ରମା ମହଙ୍ଗା ପଡିଲା ମଦବିରୋଧୀ ଆନ୍ଦୋଳନ, ଘରକୁ ଜାଳିଦେଲେ ବିରୋଧୀ ଲୋକେ

ମହଙ୍ଗା ପଡିଲା ମଦବିରୋଧୀ ଆନ୍ଦୋଳନ, ଘରକୁ ଜାଳିଦେଲେ ବିରୋଧୀ ଲୋକେ

58

ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ଗଣିଜାଙ୍ଗ ଗ୍ରାମପଞ୍ଚାୟତ ନିକଟସ୍ଥ ହାସିନପୁର ଠାରେ ମଦ ବିରୋଧୀ ଆନ୍ଦୋଳନକୁ ନେଇ ଅପରପକ୍ଷ ଲୋକେ ଗୋଟିଏ ପକ୍ଷର ଘରକୁ ଜାଳି ଦେଇଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଗତ ୬ ତାରିଖରେ ହାସିନପୁର ଠାରେ ଥିବା ସରକାରୀ ମଦ ଦୋକାନରୁ ମିଶ୍ରିତ ମଦ ପିଇ ଅଭିମନ୍ୟୁ ରାଉତ ନାମକ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ୭ ତାରିଖ ଦିନ ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥରେ ଅଭିମନ୍ୟୁଙ୍କ ମୃତ ଶରୀର ରଖି ତାଙ୍କ ପରିବାର ଓ ଗ୍ରାମବାସୀମାନେ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ସହ କ୍ଷତିପୂରଣ ଓ ମଦ ଦୋକାନ ବନ୍ଦ କରିବାର ଦାବି କରିଥିଲେ । ପରବର୍ତ୍ତୀ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ ଆଲୋକ ଜେନା ପହଞ୍ôଚ ସେମାନଙ୍କୁ ବୁଝାସୁଝା କରିବା ସହ ମୃତ ପରିବାରକୁ ମଦ ଦୋକାନ ପକ୍ଷରୁ ଦେଢଲକ୍ଷ ଟଙ୍କାର ସହାୟତା ଦେବା ସହ ଏକମାସ ମଧ୍ୟରେ ସଂପୃକ୍ତ ଦୋକାନଟିକୁ ସ୍ଥାନାନ୍ତରିତ କରିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ଆଜି ହାସିନପୁର ଛକରେ ଥିବା ସରକାରୀ ମାର୍କେଟ୍ କମ୍ଲେକ୍ସରେ କିଛି ଅସାଧୁ ବ୍ୟକ୍ତି ମଦ ପିଉଥିବାବେଳେ ନାରାୟଣ ଚନ୍ଦ୍ର ମହଲା ସେଠାରେ ମଦ ପିଇବାକୁ ବାରଣ କରିଥିଲେ । ଫଳରେ ନାରାୟଣ ଘରେ ଖାଉଥିବାବେଳେ ହାସିନପୁର ଛକରେ ଥିବା ତାଙ୍କ ଘରଟିକୁ କିଏ ନିଆଁ ଲଗାଇ ଦେଇଥିବାର ଖବର ପାଇଥିଲେ । ଏ ସଂପର୍କରେ ସେ ଅଗ୍ନିଶମ ବିଭାଗକୁ ଖବର ଦେବା ସହ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.