Home କଳାହାଣ୍ଡି ଭବାନୀପାଟଣାସ୍ଥିତ ଅର୍କାବାହାଲିପଡା ବଫର ଜୋନରେ ପୁଣି ୫ ପଜିଟିଭ ଚିହ୍ନଟ

ଭବାନୀପାଟଣାସ୍ଥିତ ଅର୍କାବାହାଲିପଡା ବଫର ଜୋନରେ ପୁଣି ୫ ପଜିଟିଭ ଚିହ୍ନଟ

116

କଳାହାଣ୍ଡି, ୦୨.୦୭.୨୦୨୦ ( ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ମୁ୍ୟନିସିପାଲିଟି ୱାର୍ଡ ନଂ.୧୦ ଅର୍କାବାହାଲିପଡା ରେ ପୁଣି ୫ ପଜିଟିଭ କେଶ ବାହାରିଥିବା ଜିଲ୍ଲାପ୍ରଶାସନ ତରଫରୁ ପ୍ରେସ ବିଜ୍ଞପ୍ତିରୁ ଜଣାପଡିଛି । ଆଜି ତା.୦୨.୦୭.୨୦୨୦ ଗୁରବାର ଦିନ ଚାରିଜଣ ମହିଳା ଓ ଜଣେ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ସ୍ୱାବ ପରୀକ୍ଷଣରୁ ଜଣାପଡିଥିବା ପ୍ରକାଶ ।
ଗତ ୨୭ ତାରିଖ ଦିନ ଅର୍କାବାହାଲିପଡାର ଜଣେ ୫୮ ବର୍ଷୀୟ ପୁରୁଷ ଭୂବନେଶ୍ୱରସ୍ଥିତ ସୋମ ହସପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯ୍ଧବଥିବା ବେଳେ ସେଠାରେ ସ୍ୱାବ ପରୀକ୍ଷଣରେ ପଜିଟିଭ ବାହାରିଥିବା ଜଣାପଡିଥିଲା । ଉକ୍ତ ବ୍ୟକ୍ତିଙ୍କ ସଂଶ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିବା ପ୍ରକାଶ । ଅର୍କାବାହାଲିପଡାକୁ ଦୟାନିଧି ଛକ ଠାରୁ ପୁରୁଣା ଚେକଗେଟ ପର୍ଯ୍ୟନ୍ତକୁ ଏବଂ ଏହାର ସଂଲଗ୍ନିତ ୮ଟି ରାସ୍ତାକୁ ପ୍ରାୟ ୩ କି.ମି ବ୍ୟାସାର୍ଦ୍ଧ ଭିତରେ ଥିବା କଂଟେନମେଂଟ ଜୋନକୁ ବଫର ଜୋନ ଭାବହେ ଜିଲ୍ଲାପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।
ଏହି ପ୍ରକ୍ରୀୟାରେ ସେହି ଅଂଚଳର ୪୧୪ ଜଣଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ଅଦ୍ୟାବଧି ୧୭୪ ଜଣଙ୍କ ରିପୋର୍ଟ ଆସିଥିବା ବେଳେ ତନ୍ମଧ୍ୟରୁ ୫ ପଜିଟିଭ କେଶ ବାହାରିଥିବା ପ୍ରକାଶ । ବାକି ୨୪୦ ଟି ରିପୋର୍ଟ ଆସିନଥିବା ଜଣାପଡିଛି ।
ସେହିପରି ସଂକ୍ରମିତ ବ୍ୟକ୍ତି ମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ ପ୍ରକ୍ରୀୟା ଚାଲିଥିବା ବେଳେ ସ୍ୱାବ ନମୁନା ସଂଗ୍ରହ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.