Home ଜିଲ୍ଲା ପରିକ୍ରମା ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା; ଭିଡିଓ ଭାଇରାଲ

ଭଦ୍ରକ : ଯୁବକଙ୍କୁ ପିଟି ପିଟି ହତ୍ୟା; ଭିଡିଓ ଭାଇରାଲ

178

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଆଦିବାସୀ ସାହି ଗ୍ରାମରେ । ଖବର ଅନୁଯାୟୀ ସେହି ଗ୍ରାମର ଦୁଇଜଣ ଲୋକ ମୃତ ଯୁବକ କଟିଆ ମୁର୍ମୁକୁ ବାଡିରେ ନିସ୍ତୁକ ମାଡ ମାରିଥିଲେ । ସେ ମରିଯିବାରୁ ତାଙ୍କୁ ରାସ୍ତାକଡରେ ଫୋପାଡି ଅଭିଯୁକ୍ତମାନେ ପଳାଇ ଆସିଥିଲେ ବୋଲି ମୃତକଙ୍କ ମା’ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ସୂଚନା ପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଜଣକୁ ପୁଲିସ୍ ଅଟକ ରଖିଥିବା ଜଣାପଡିଛି । ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣାପଡିନାହିଁ । ପୁଲିସ୍‌ର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି । ତେବେ ଏହି ହତ୍ୟାକାଣ୍ଡ ନେଇ ଏକ ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଯେଉଁଥିରେ ଉକ୍ତ ଗାଁର ଜଣେ ଯୁବକ ଏକ ବାଡିରେ ମୃତକଙ୍କୁ ମାଡ ମାରିବା ସହ ଗାଳି ଦେଉଥିବାର ଦୃଶ୍ୟ ଦେଖାଯାଇଛି । ତେବେ ଅଭିଯୁକ୍ତଙ୍କ ଭଉଣୀକୁ ମୃତ ଯୁବକ ଜୋର ଜବରଦସ୍ତ ଅନ୍ୟ କେଉଁଆଡେ ରଖିଥିବା ନେଇ ଅଭିଯୁକ୍ତମାନେ ଜାଣିବା ପରେ ତାକୁ କଟିଆ କେଉଁଆଡେ ବିକ୍ରି କରିଦେଇଥିବାର ଅଭିଯୋଗ କରି ପିଟି ପିଟି ମାରିଦେଇଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.