Home ଜିଲ୍ଲା ପରିକ୍ରମା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା : ଡାକ୍ତରଙ୍କ ଅବହେଳାକୁ ଦାୟୀ...

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଭଦ୍ରକ ଡାକ୍ତରଖାନାରେ ଉତ୍ତେଜନା : ଡାକ୍ତରଙ୍କ ଅବହେଳାକୁ ଦାୟୀ କଲେ ପରିବାର ଲୋକେ

138

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କ ଅବହେଳା ଜନିତ ମୃତ୍ୟୁକୁ ନେଇ ବହୁ ଅଭିଯୋଗ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଆସୁଥିବାବେଳେ ଆଜି ପୁଣି ତାର ପୁନରାବୃତ୍ତି ଘଟିଛି । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଆଜି ସନ୍ଧ୍ୟାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଅଭାବନୀୟ କାଣ୍ଡ । ଯବାନଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ବର୍ହିବିଭାଗକୁ ଦୀର୍ଘସମୟ ଧରି ଚାବି ପକାଇବା ପରେ ପୁଲିସ୍ ପହଞ୍ôଚଥିଲେ ବି ଆୟତ୍ତକୁ ଆଣିବାକୁ ନାକେଦମ ହେବାକୁ ପଡିଥିଲା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧୁଷୁରୀ ଥାନା ଅଧୀନସ୍ଥ ଠାକୁରପାଟଣା ଗାଁର ଅବସରପ୍ରାପ୍ତ ସେନା କର୍ମଚାରୀ ସତ୍ୟେନ୍ଦୁ ମଲ୍ଲିକ ଆଜି ଘରପାଖ ଏକ ଗାଡିଆରେ ପଡି ଗୁରୁତର ଅବସ୍ଥାରେ ପ୍ରଥମେ ଧୁଷୁରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ । ମାତ୍ର ତାଙ୍କର ଅବସ୍ଥା ଗୁରୁତର ଥିବା ସତ୍ୱେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ବର୍ହି ବିଭାଗ ଫାଙ୍କା ଥିଲେ ମଧ୍ୟ ସତ୍ୟେନ୍ଦୁଙ୍କୁ ଚିକିତ୍ସା କରିବା ପାଇଁ କୌଣସି ଡାକ୍ତର ଆସିନଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ସତ୍ୟେନ୍ଦଙ୍କୁ ପରିବାର ଓ ଗ୍ରାମବାସୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ମୃତ ବ୍ୟକ୍ତିଙ୍କ ପରିବାର ଓ ଡାକ୍ତରଖାନାଙ୍କ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ଓ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା । ଯେଉଁଥିପାଇଁ ଉତ୍ତ୍ୟକ୍ତ ପରିବାର ଲୋକେ ବର୍ହି ବିଭାଗରେ ଥିବା ମେଡିକାଲ କର୍ମଚାରୀଙ୍କୁ ଚାବି ପକାଇ ରଖି ସଂପୃକ୍ତ ଡାକ୍ତରଙ୍କ ନିଲମ୍ବନ ଦାବି କରିଥିଲେ । ପରେ ଖବର ପାଇ ଏସ୍‌ଡିପିଓ ଓ ଟାଉନ୍ ଥାନାଧିକାରୀ ଚନ୍ଦନ ଘଡେଇ ପୁଲିସ୍ ଫୋର୍ସ ସହ ଡାକ୍ତରଖାନାରେ ପହଞ୍ôଚ ପରିସ୍ଥିତିକୁ ଆୟତ୍ତ କରିଥିଲେ । ତେବେ ମୃତ ଯବାନଙ୍କ ଦାଦା ଗଦାଧର ମଲ୍ଲିକଙ୍କ ପକ୍ଷରୁ ସହରାଞ୍ଚଳ ଥାନାରେ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.