Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲା କ୍ରୀଡା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭଦ୍ରକ ଜିଲା କ୍ରୀଡା ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

29

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା କ୍ରୀଡା ଅଧିକାରୀ ତଥା ପୂର୍ବତନ ହେଣ୍ଡବଲ୍ କୋଚ୍ ମନୋଜ ଦାସଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଶ୍ରୀ ଦାସ ଗତ ତା ୦୫.୦୮.୧୧ ରିଖରେ ଭଦ୍ରକ ଜିଲା କ୍ରୀଡା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ନଭେମ୍ବର ୨୯ ତାରିଖରେ ତାଙ୍କୁ ଏହି ଜିଲାରୁ ରିଲିଭ୍ ପାଇଁ ସରକାରଙ୍କ ଠାରୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଥିଲା । ଫଳରେ ଜିଲାପାଳ ତାଙ୍କ ଦାୟିତ୍ୱ ଡେପୁଟି କଲେକ୍ଟର ମାନସ ରଂଜନ ରାୟଙ୍କୁ ହସ୍ତାନ୍ତର ପରେ ଶ୍ରୀ ଦାସଙ୍କୁ ରିଲିଭ୍ କରାଯାଇଥିଲା । ତେବେ ତାଙ୍କ ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ କ୍ରୀଡା ବିଭାଗରେ ସେମିତି କିଛି ଆଖିଦୃଶିଆ ଅବଦାନ ନଥିଲା । ଏହାବ୍ୟତୀତ ଦାୟିତ୍ୱରେ ଅବହେଳା, ଅପରାଗତାକୁ ନେଇ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରୀ ଦାସଙ୍କ ସମେତ ଅନ୍ୟ ୪ ଜଣ କୋଚ୍‌ଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଗଲା । ସୂଚନାଯୋଗ୍ୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ସରକାରୀ କର୍ମଚାରୀଙ୍କ କାର୍ଯ୍ୟନିର୍ବାହ କ୍ଷେତ୍ରରେ ଯଦି ଦକ୍ଷତା ନଥିବ କିମ୍ବା ସଂପୃକ୍ତ ବିଭାଗରେ ଆଖିଦୃଶିଆ ଅବଦାନ ନଥିବ, ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯିବ ବୋଲି ରାଜ୍ୟ ସରକାର ୨୦୧୯ ମସିହାରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ନିର୍ଦ୍ଦେଶନାମା ଅନୁଯାୟୀ ଭଦ୍ରକ ଜିଲା କ୍ରୀଡା ଅଧିକାରୀ ତଥା ହ୍ୟାଣ୍ଡ ବଲ କୋଚ୍‌ଙ୍କ ସମେତ ୨ ଜଣ, ଭଲିବଲ ଓ ଜଣେ ବକ୍ସିଂ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.