Home ଜିଲ୍ଲା ପରିକ୍ରମା ପୋଖରୀରେ ପଡ଼ି ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ପୋଖରୀରେ ପଡ଼ି ଛାତ୍ରୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

43

ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ମହୁରା ନିକଟସ୍ଥ ମଞ୍ଜୁରୀଗଡ଼ିଆ ଗ୍ରାମର ମାନସ ଜେନାଙ୍କ ଝିଅ ମଧୁସ୍ମିତା ଜେନା(୧୫) ଆଜି ଗାଁ ନିକଟସ୍ଥ ଗୋହିରା ପୋଖରୀ ରେ ବୁଡ଼ି ମୃତ୍ୟୁ ବରଣ କରିଛି । ପ୍ରକାଶ ଥାଉକି ଆଜିସକାଳେ ମଧୁସ୍ମିତା ଘରୁ ଫୁଲତୋଳିବା ପାଇଁ ଆସିଥିବାବେଳେ ସକାଳ ୭ଟା ପର୍ଯ୍ୟନ୍ତ ଘରକୁ ଫେରିନଥିବାରୁ ବାପା, ମା’ ଖୋଜା ଖୋଜି କରିଥିଲେ । ତେବେ ଗାଁ ପୋଖରୀରେ ମଧୁସ୍ମିତାର ଚପଲ ଭାସୁଥିବାର ଦେଖି ସ୍ଥାନୀୟ ଦମକଳ କେନ୍ଦ୍ରକୁ ଖବର ଦେବାପରେ ଦମକଳବାହିନୀ ଘଟଣା ସ୍ଥଳରେ ପହଂଚି ଖୋଜା ଖୋଜି ପରେ ମଧୁସ୍ମିତାର ଶବକୁ ପାଇଥିଲେ । ଏ ସମ୍ପର୍କରେ ଧାମନଗର ପୋଲିସ ଖବରପାଇ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଇଥିଲେ । ତେବେ ମୋ ଝିଅକୁ କେହି ଦୃବୁର୍ତ୍ତ ହତ୍ୟାକରି ପୋଖରୀରେ ପକାଇଦେଇଛି ବୋଲି ବାପା ମାନସ ଜେନା ଅଭିଯୋଗ କରିବା ପରେ ଧାମନଗର ପୋଲିସ ଥାନାରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଜାରିରଖିଛି । ତେବେ ଶବବ୍ୟବଛେଦ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ କରାଯିବବୋଲି ଥାନା ଅଧିକାରୀ ଶ୍ରୀ ବଲ୍ଳଭ ସାହୁ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.