Home ଓଡ଼ିଶା ‘ବ୍ରହ୍ମୋସ’ର ସଫଳ ପରୀକ୍ଷା

‘ବ୍ରହ୍ମୋସ’ର ସଫଳ ପରୀକ୍ଷା

188

ବାଲେଶ୍ୱର, ୩୦ା୯(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ପକ୍ଷରୁ ସୁପର ସନିକ୍ କ୍ରୁଜ୍ ମିଜାଇଲ୍ ‘ବ୍ରହ୍ମୋସ୍‌’ର ସଫଳ ବ୍ୟବହାରିକ ପରୀକ୍ଷା ଆଜି ହୋଇଯାଇଛି। ପ୍ରତିରକ୍ଷା ବିଭାଗ (ଆଇଟିଆର)ର ଲଞ୍ଚ କମ୍ପେ୍ଲକ୍ସ-୩ରୁ ପୂର୍ବାହ୍ନ ୧୦-୩୦ ସମୟରେ ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ଭାରତ ଓ ଋଷର ମିଳିତ ପ୍ରକଳ୍ପରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଲମ୍ବ ୮-୪ ମିଟର, ବ୍ୟା ୦-୬ ମିଟର ଏବଂ ଓଜନ ୩ ଟନ୍ ଅଟେ। ୨ଶହରୁ ୩ ଶହ କିଲୋଗ୍ରାମ ଓଜନର ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ଏହି କ୍ଷେପଣାସ୍ତ୍ରର। ୨୯୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଏହା ଲକ୍ଷ୍ୟଭେଦ କରିଥାଏ। ୨୦୦୧ ମସିହା ଜୁନ୍ ମାସ ୧୨ ତାରିଖରେ ପ୍ରଥମେ ଏହାର ପରୀକ୍ଷା ହୋଇଥିବା ବେଳେ ଇତିମଧ୍ୟରେ ଭାରତୀୟ ନୌସେନା ଓ ସ୍ଥଳବାହିନୀ ପକ୍ଷରୁ ବହୁବାର ପରୀକ୍ଷା ହୋଇସାରିଛି। ଭାରତ ଓ ଋଷର ଦୁଇଗୋଟି ନଦୀ ବ୍ରହ୍ମପୁତ୍ର ଏବଂ ମସ୍ମୋଭାର ନାମ ଅନୁସାରେ ଏହି କ୍ଷେପଣାସ୍ତ୍ରର ନାମ ‘ବ୍ରହ୍ମୋସ’ ରଖାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.