Home ଓଡ଼ିଶା ବେଧଡକ୍ ଚାଲିଛି ଚୋରା ମାଙ୍କଡା ପଥର ଖଣି କୋଟି କୋଟି ଟଙ୍କାର ରାଜସ୍ୱ ହାନି

ବେଧଡକ୍ ଚାଲିଛି ଚୋରା ମାଙ୍କଡା ପଥର ଖଣି କୋଟି କୋଟି ଟଙ୍କାର ରାଜସ୍ୱ ହାନି

76

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ);୧୮/୦୪/ନୟାଗଡ ଜିଲ୍ଲ୍‌ା ରଣପୁର ତହସିଲ୍ ର ଝାରପଡା,ଚାନ୍ଦପୁର ରେଭେନ୍ୟୁ ସର୍କଲର ପଟିଆ,କୁଶପଲ୍ଲା,ଜଙ୍କିଆ,ମୟୁରଝାଲିଆ ମାଟିତଳେ ବହୁମୂଲ୍ୟ ମାଙ୍କଡାପଥର ରହିଅଛି । ସରକାର ମୟୁରଝାଲିଆ ରେ ୨ଟି ମାଙ୍କଡା ପଥର ଖଣି ଓ ଜଙ୍କିଆ ରେ ୨ଟି ମାଙ୍କଡା ପଥର ଖଣି ନିଲାମ ଦେଇଛନ୍ତି । ଏହାବାଦ୍ ସେହି ଅଂଚଳରେ ଅନେକ ଚୋରା ମାଙ୍କଡା ପଥର ଖଣି ବେଧଡକ୍ ଭାବେ ଚାଲିଛି । ଯାହାଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ସରକାର ଖଣି ନିଲାମ ଦେଇ ନ ଥିବା ବେଳେ ଚୋରାଖଣିରୁ ମାଙ୍କଡା ପଥର ଚାଲାଣ ନେଇ ଚାନ୍ଦପୁର ଥାନା ,ରଣପୁରଥାନା ଓ ରଣପୁର ତହସିଲ୍‌ଦାର୍ ଚୋରାଖଣି ଉପରେ ଚଢାଉ ବ୍ୟାପକ କରି ଲକ୍ଷ ଲକ୍ଷ ଟଙ୍କା ଫାଇନ୍ ଆଦାୟକରି ରାଜସ୍ୱ ବଢାଉଥିଲେ ।

କିନ୍ତୁ ସରକାର ୪ ଗୋଟି ଖଣି ନିଲାମ ଦେଲାପରେ ଏବେ ଚୁପ୍ ଚାପ୍ ରହିଛନ୍ତି । ଯାହାଫଳରେ ପ୍ରଶାସନିକ ନିଷ୍କ୍ରିୟତା କୁ ଦେଖି ଖଣି ମାଫିଆ ମାନେ ଚୋରା ମାଙ୍କଡା ପଥର ଖଣି ପଥର କାଟି ବ୍ୟାପକ ଚାଲାଣ କରୁଥିବା ଅଭିଯୋଗ ହେଉଅଛି । ଏ ସଂପର୍କେ ଚାନ୍ଦପୁର ଥାନା ଇନିସ୍ପେକ୍ଟର୍ ରଶ୍ମିରଂଜନ ଦାଶଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅତିତରେ ଚୋରା ମାଙ୍କଡା ପଥର ଖଣି ଉପରେ ବ୍ୟାପକ ଚଢାଉ କରାଯାଇଥିଲା । ଏବେ ପୁଣି ଚୋରା ମାଙ୍କଡା ପଥର ଖଣି ଚାଲିଛି । ଏ ସଂପର୍କେ ଆମ୍ଭପାଖରେ ଅଭିଯୋଗ ନାହିଁ । ଅଭିଯୋଗ ପାଇଲେ ଖଣି ଉପରେ ଚଢାଉ ବ୍ୟାପକ କରାଯିବ । ଏ ସଂର୍ପକେ ରେଭେନ୍ୟୁ ଇନିସ୍ପେକ୍ଟର୍ ଓ ରଣପୁର ତହସିଲ୍‌ଦାର ୍‌ଙ୍କୁ ଫୋନ୍‌  ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.