Home ଓଡ଼ିଶା ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ୩୦ତମ ପୂଜ୍ୟପୂଜା ଉତ୍ସବ  ଅନୁଷ୍ଠିତ

ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ୩୦ତମ ପୂଜ୍ୟପୂଜା ଉତ୍ସବ  ଅନୁଷ୍ଠିତ

35

ଓଡିଆପୁଅ(ଦେବୀପ୍ରସାଦ ଆଚାର୍ଯ୍ୟ);ନୟାଗଡ ଜିଲ୍ଲ୍‌ା ରଣପୁର ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ୩୦ତମ ପୂଜ୍ୟପୂଜା ଉତ୍ସବ ଏପ୍ରିଲ୍ ୧୮ ତାରିଖ ମଧ୍ୟାହ୍ନରେ ରଣପୁର ବଜେନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲ୍‌ା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ନୟାଗଡ ଜିଲ୍ଲା ଇଟାମାଟି ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ନାୟକ,ନୟାଗଡ ଲେଖକ ପରିଷଦର ସଭାପତି ସେଖ୍ ଅବ୍‌ଦୁଲ୍ ଖାଲିକ୍ ,ଡାକ୍ତର୍ ସତ୍ୟନାରାୟଣ ମିଶ୍ର,ବରିଷ୍ଠ ଆଇନ୍‌ଜିବୀ ସୁରେଶ ଚନ୍ଦ୍ର ମିଶ୍ର ଯୋଗଦେଇଥିଲେ । ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଂପାଦକ ନବକିଶୋର ସାମନ୍ତରାୟ ସଂପାଦକୀୟ ବିବରଣୀ ପଠନ କରିଥିଲେ ।

ଏକ କବିତା ପାଠର ଆସର ସହ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ମୁଖପାତ୍ର ” ମନ୍ଦାକିନୀ ତୀରେ’ ପତ୍ରିକା  ଉନ୍ମୋଚନ କରିଥିଲେ । ଓଡିଶାର ସାହିତ୍ୟ କ୍ଷେତ୍ରରେ ରଣପୁର ଅଂଚଳର ଅବଦାନକୁ ଅତିଥି ମାନେ ସ୍ମୃତିଚାରଣ କରିଥିଲେ । ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ପୂର୍ବତନ ସୁରେଶ କୁମାର ଦାଶ ଓ ଉପଦେଷ୍ଟା ତ୍ରିନାଥ ମହାପାତ୍ରଙ୍କ ବିୟୋଗ ଯୋଗୁଁ ଶୋକସଭା କରିବା ସହ ସ୍ମୃତିଚାରଣ କରିଥିଲେ । ସର୍ବୋପରି ରଣପୁର ଅଂଚଳର ପୂଜ୍ୟ ବ୍ୟକ୍ତି ବିଶେଷ ବରିଷ୍ଠ ସାମ୍ବାଦିକ ମାନଙ୍କଠାରୁ ଆରମ୍ଭକରି,ଗୁଣୀ, ଜ୍ଞାନୀ ,ଗାୟକ, ଶିକ୍ଷକ ଆଦି ସାଂସ୍କୃତିକ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପୂଜ୍ୟ ବ୍ୟକ୍ତି ମାନଙ୍କୁ ମାନପତ୍ର ଓ ଫୁଲତୋଡା ଦେଇ ସମ୍ବର୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.