Home କେନ୍ଦୁଝର ବେଆଇନି ମୋରମ ବୋଝେଇ ହାଇୱା ଜବଦ

ବେଆଇନି ମୋରମ ବୋଝେଇ ହାଇୱା ଜବଦ

151

ହାଟଡ଼ିହି, ୧୫ । ୧୦ :(ଓଡିଆପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ମରୈଗାଁ ପଞ୍ଚାୟତରେ ମନରେଗା ଯୋଜନାରେ ଚାଲିଥିବା ଏକ କାମପାଇଁ ବେଆଇନ ଭାବେ ମୋରମ ନେଇ ଆସିଥବବା ଏକ ହାଇୱାକୁ ଅତିରିକ୍ତ ତହସିଲଦାର ଜବଦ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ମରେଗାଁ ବଜାର ନିକଟରେ ଏକ ମନରେଗା ଯୋଜନାରେ ରାସ୍ତା ନିର୍ମଣ ଚାଲିଥିବାବେଳେ ଆଜି ସକାଳୁ ସକାଳୁ ତିନୋଟି ହାଇୱାରେ ମୋରମ ଅଣାଯାଇ ପକାଯାଉଥିଲା । ହାଟଡିହି ତହସିଲ ଅଞ୍ଚଳରେ ମୋରମ ଖଣି ବନ୍ଦ ଥିବାବେଳେ ଏହି ମୋରମ କେଉଁଠାରୁ ଆସିଲା ବୋଲି ସନ୍ଦେହକରି କିଛି ବ୍ୟକ୍ତି ତହସିଲଦାରଙ୍କୁ ଜଣାଇଥିଲେ । ଖବରପାଇ ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାଶ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାବେଳେ ଦୁଇଟି ହାଇୱା ମୋରମ ଅନଲୋଡ କରି ପଳାଇଥିବାରୁ ଗୋଟିଏ ମୋରମ ବୋଝେଇ ହାଇୱାକୁ ଜବଦ କରିଥିଲେ । ଜବଦ ଗାଡି ନିକଟରୁ ୨୦ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିବା କାର‌୍ୟ୍ୟାଳୟ ସୁତ୍ରରୁ ଜଣାଯାଇଛି । ଏଠାରେ ସୁଚନାଯୋଗ୍ୟ ଯେ ହାଟଡିହି ତହସିଲ ଅଧିନରେ ଥିବା ଲିଜ ମୋରମ ଖାଦାନ ଗୁଡିକ ବନ୍ଦ ହୋଇଥିବାବେଳେ କିଛି ମୋରମ ମାଫିଆ ନିୟମିତ ମୋରମ ଉତ୍ତୋଳନ କରିବା ସହିତ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରୁଛନ୍ତି । କିନ୍ତୁ ତହସିଲ ପକ୍ଷରୁ ଏହି ବେଆଇନି ମୋରମ ଖାଦା ଗୁଡିକ ଉପରେ ଚଢ଼ାଉ କରାଯାଉ ନଥିବା ଅଭିଯୋଗ ହୋଇ ଆସୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.