Home କେନ୍ଦୁଝର କାଠିଆସରାରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ

କାଠିଆସରାରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ

56

ହାଟଡ଼ିହି, ୧୫ । ୧୦ : (ଓଡିଆପୁଅ/ବିକାଶ ବିଶ୍ୱାଳ) କାଠିଆସରାରେ ମହିଳା ଭାଗବତ ଟୁଙ୍ଗି, ୟୁରୋକା ୟୁଥ କ୍ଲବ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆନୁକୁଲ୍ୟରେ ଆନ୍ତର୍ଜାତୀୟ କନ୍ୟାରତ୍ନ ଦିବସ ପାଳିତ ହୋଇଯାଇଛି । କନ୍ୟା ରତ୍ନ ସଚେତନତା କାର‌୍ୟ୍ୟକ୍ରମରେ ଶିଶୁକନ୍ୟା ଦିବସର ତାତ୍ପର‌୍ୟ୍ୟତା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ବାଳିକା ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟର ଦୃଢ଼ତାଓ ଶଶକ୍ତିକରଣ ପ୍ରସଙ୍ଗ ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା । ବିଦ୍ୟୁତପ୍ରଭା ଦେଓଙ୍କ ସଂଯୋଜନାରେ ଦେବଦତ୍ତ ସାମଲ, ଦେବବ୍ରତ ସାମଲ, ନିତ୍ୟାନନ୍ଦ ନାୟକ, ସୁବାସିନୀ ସାମଲ, କୁନ୍ତଳା ନାୟକ, କୁମୁଦୁନୀ ସାମଲ, ଶଶିମଣୀ ବେହେରା, ଭାନୁମତୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.