Home ଓଡ଼ିଶା ବିଏସଏଫ ଆଇଜି ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଦମନ ନେଇ ସମୀକ୍ଷା

ବିଏସଏଫ ଆଇଜି ଙ୍କ ସ୍ୱାଭିମାନ ଅଚଂଳ ଗସ୍ତ,ମାଓଦମନ ନେଇ ସମୀକ୍ଷା

37

ମାଲକାନଗିରି,୬ା୯ (ଓଡିଆ ପୁଅ )ବିଏସଏଫ ଆଇଜି ସତିଶ ଚନ୍ଦ୍ର ବୁଦାକୋଟି ଓ ଡିଆଇଜି ସଜଂୟକୁମାର ସିଂ ଗତ ୪ଓ ୫ତାରିଖ ଦୁଇଦିନ ମାଲକାନଗରି ଜିଲ୍ଲାକୁ ଗସ୍ତକରି ମାଓସମସ୍ୟା ସଂପର୍କରେ ଆଲୋଚନା କରିବା ସହ ମାଓଦମନ ନେଇ ସମୀକ୍ଷା କରିଛନ୍ତି । ବିଏସଏଫ ଆଇଜି ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗରି ଜିଲ୍ଲା ଏମଭି୨ ବିଏସଏଫ ବ୍ୟାସ କ୍ୟାମ୍ପ ଠାରେ ପହଁଚିଥିଲେ । ସେଠାରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଚଂଳର ଡାଇକ ୨,ଜାନବାଇ ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ଯବାନ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ସହିଦଲକ୍ଷମଣ ନାୟକ ଙ୍କ ଜନ୍ମସ୍ଥାନ ତେନ୍ତୁଲିଗୁମ୍ମା ଗସ୍ତକରି ସେଠାରେ ବିଡବ୍ଲୁଡବ୍ଲୁଏ ସଂସ୍ଥାର ନିତା ସିଂ ଙ୍କ ସହ ଅନ୍ୟାନ ଅଧିକାରୀ ମାନଙ୍କ ଗହଣରେ ସ୍ୱାଧିନତାର ୭୫ବର୍ଷ ପୁର୍ତି ଆଜାଦୀ କି ଅମ୍ରିତ ମହୋତ୍ସବ ରେ ଯୋଗଦେଇ ସହିଦ ଲ କ୍ଷମଣ୍ ନାୟକଙ୍କ ପ୍ରତି ମୁର୍ତିରେ ମାଲ୍ୟାର୍ପଣ କରି ସ୍ୱାଧିନ ଭାରତର ସଂପର୍କରେ କହି ସେଠାକାର ପରିସ୍ଥିତି ସଂପର୍କରେ ଅନୁଧ୍ୟାନକରିଛନ୍ତି । ମାଲକାନଗିରି ଠାରେ ବିଏସଏଫ ଆଇଜି ଶ୍ରୀ ବୁଡାକୋଟି ଜିଲ୍ଲାପାଳ ବିଶାଲ ସିଂ, ଏସପି ପ୍ରହ୍ଲାଦ ସାଇମୀନା ଙ୍କ ସହି ବିଏସଏଫ ଉଚ୍ଛସ୍ତରୀୟ ପୁଲିସ ଅଧିକାରୀ ମାନଙ୍କ ସହିତ ସୁର ୭ା ବ୍ୟବସ୍ଥା,ମାଓସମସ୍ୟା ସହି ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ପରେ ଆନ୍ଦ୍ର ଓଡିଶା,ତାଲାଙ୍ଗାନା ରାଜ୍ୟ ସମୀନ୍ତ ଆକାଶ ମାର୍ଗରୁ ପରିଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.