Home Top News ବାଃ … ବାଃ.. ରେ ପୋଲିସ୍ : ନିଖୋଜ ଝିଆରୀକୁ ଖୋଜିବା ଅଭିଯୋଗ କରିବାକୁ ଆସିଥିବା...

ବାଃ … ବାଃ.. ରେ ପୋଲିସ୍ : ନିଖୋଜ ଝିଆରୀକୁ ଖୋଜିବା ଅଭିଯୋଗ କରିବାକୁ ଆସିଥିବା ବ୍ୟକ୍ତିଙ୍କୁ ପୋଲିସ ଇନ୍ସପେକ୍ଟରର ଶକ୍ତ ଚାପୁଡ଼ା

69

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଏକ ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ କୁହାଯାଇଛି ଯେ, ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣେ ଯୁବତୀ (ଯିଏ କି ତାଙ୍କ ଝିଆରୀ ବୋଲି କୁହାଯାଉଛି) ତାଙ୍କୁ ଖୋଜିବା ପାଇଁ ପୋଲିସର ସହାୟତା ମାଗିବାକୁ ଆସିଥିଲେ। ଏହା ଉତ୍ତରପ୍ରଦେଶର ବାଗପତ୍‌ର ଏକ ଥାନା ଅନ୍ତର୍ଗତର ଘଟଣା। ତେଣୁ ଉକ୍ତ ଥାନାର ପୋଲିସ୍‌ ଇନିସ୍‌ପେକ୍ଟର କିନ୍ତୁ ଏହା ଶୁଣିବା ପରିବର୍ତ୍ତେ ଉକ୍ତ ବ୍ୟକ୍ତିଙ୍କୁ ଚାପୁଡ଼ା ମାରୁଛନ୍ତି। ଏବେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରବଳ ଭାଇରାଲ ହେବାରେ ଲାଗିଛି।

ଏହି ଭିଡ଼ିଓ ଭାଇରାଲ ହେବାପରେ ଉତ୍ତରପ୍ରଦେଶରେ ଲୋକମାନେ କହୁଛନ୍ତି ବାଃ ବାଃ ରେ ୟୁପି ପୋଲିସ୍‌। ଏହା ହିଁ ଆଚ୍ଛେ ଦିନ…

ଏହି ଘଟଣାର ସାମନାକୁ ଆଶିବା ପରେ ତୁରନ୍ତ ଇନ୍ସପେକ୍ଟରଙ୍କୁ ଦାୟିତ୍ୱରୁ ସ୍ଥାନାନ୍ତର କରିଯିବା ସହ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ନୀରଜ କୁମାର ଜଡାଉନ୍, ଏସପି, ବାଗପାତ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.