Home Top News ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ଭାଇରାଲ କରିଥିବା ଅଭିଯୋଗ

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏମଏମଏସ ମାମଲା : ମୁଖ୍ୟ ଅଭିଯୁକ୍ତ ଗିରଫ, ଭିଡିଓ ଭାଇରାଲ କରିଥିବା ଅଭିଯୋଗ

54

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଚଣ୍ଡିଗଡ଼ ଏମଏମଏସ ମାମଲାରେ ଦ୍ୱିତୀୟ ଗିରଫ ହୋଇଛି। ଖବର ଅନୁଯାୟୀ, ଜଣେ ଛାତ୍ରୀ ଅଶ୍ଲିଳ ଭିଡ଼ିଓ ନିଜ ବୟଫ୍ରେଣ୍ଡ ଯିଏ କି ସିମ୍‌ଲାରେ ରୁହେ ତାକୁ ପଠେଇବା କୁହାଯାଉଛି। ଶିମଲା ପୋଲିସ୍ ଉକ୍ତ ଛାତ୍ରକୁ ଗିରଫ କରିଛି। କୁହାଯାଉଛିଯେ, ଅଭିଯୁକ୍ତ ଛାତ୍ରୀ ତାଙ୍କୁ ଭିଡିଓ ପଠାଉଥିଲେ ଏବଂ ସେ ଏହାକୁ ସୋସିଆଲ ମିଡ଼ିଆରେ ଅପଲୋଡ୍ କରୁଥିଲେ। ବାସ୍ତବରେ ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଅଭିଯୁକ୍ତ ଛାତ୍ରୀର ପ୍ରେମିକ।

ରବିବାର ଦିନ ୟୁନିଭରସିଟି ଛାତ୍ରୀମାନେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟରେ ଏକ ଆନ୍ଦୋଳନ କରିଥିଲେ। ବାଳିକାମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନ ବିରୋଧରେ ସ୍ଲୋଗାନ ଦେଇଥିଲେ ଏବଂ ଏ ବାବଦରେ ନ୍ୟାୟ ଦାବି କରିଥିଲେ। ଏହାପୂର୍ବରୁ ଶନିବାର ଦିନ ବାଳିକାମାନେ କ୍ୟାମ୍ପସରେ ତୀବ୍ର ବିରୋଧ କରିଥିଲେ। ଏହି ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କ ସହ ଅଧ୍ୟୟନ କରୁଥିବା ଜଣେ ଛାତ୍ରୀ ୬୦ ରୁ ଅଧିକ ବାଳିକାଙ୍କ ଗୋଧୋଉଥିବାର ଭିଡ଼ିଓ ପ୍ରେମିକକୁ ପଠାଇଛନ୍ତି ଏବଂ ସେ ସେହି ଭିଡିଓଗୁଡ଼ିକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। କିନ୍ତୁ, ଏହି ମାମଲାରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏକ ବିବୃତ୍ତି ଜାରି କରାଯାଇଛି ଯେ, ଏଥିରେ କୁହାଯାଉଥିବା ୬୦ ଜଣ ଛାତ୍ରୀଙ୍କ MMS ଏକ ଗୁଜବ, ସତ୍ୟ ନୁହେଁ।

୮ ଛାତ୍ରୀଙ୍କ ଆତ୍ମହତ୍ୟା ଖବର ମଧ୍ୟ ମିଥ୍ୟା

ସେସିଆଲ ମିଡ଼ିଆରେ ଖବର ଆସିଲାଯେ, ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ କିଛି ବାଳିକା ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହୋଇ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟ ଏହି ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରିଛି। ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଏହାକୁ ଗୁଜବ କହିଛି। ବିଶ୍ୱବିଦ୍ୟାଳୟ ପ୍ରଶାସନ ଅନୁଯାୟୀ, କୌଣସି ଛାତ୍ରୀ ଏଭଳି ପଦକ୍ଷେପ ନେବାକୁ ଚେଷ୍ଟା କରିନାହାଁନ୍ତି। ଏହି ଘଟଣାରେ କୌଣସି ଛାତ୍ରୀକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ନାହିଁ।

ଅପରପକ୍ଷରେ, ମୋହାଲି ଏସଏସପି ଏପରି କୌଣସି ଗୁଜବ ପ୍ରତି ଧ୍ୟାନ ନଦେବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, କୌଣସି ଛାତ୍ରୀ ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା କୌଣସି ମାମଲା ସାମ୍ନାକୁ ଆସି ନାହିଁ ଏବଂ ଏହି ଘଟଣାରେ କାହାର ମୃତ୍ୟୁ ହୋଇନାହିଁ।

ମୋହଲି ଏସପି ନବ୍ରୀତ ସିଂ କୁମାର କହିଛନ୍ତି ଯେ, ଅଭିଯୁକ୍ତ ଛାତ୍ରୀର ଫୋନକୁ ଫୋରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରେ ଅଭିଯୁକ୍ତ ଛାତ୍ରୀର ମୋବାଇଲ ଫୋନରୁ କେବଳ କିଛି ନିଜର ଆପତ୍ତିଜନକ ଭିଡିଓ ଦେଖିବାକୁ ମିଳିଛି, ଯାହାକୁ ସେ ତା’ ପ୍ରେମିକଙ୍କ ନିକଟକୁ ପଠାଇଥିଲେ। ଏହା ବ୍ୟତୀତ ଅନ୍ୟ କୌଣସି ଛାତ୍ରୀଙ୍କର ଭିଡ଼ିଓ ମିଳିନାହିଁ। ଏଥିସହ ଅଭିଯୁକ୍ତ ଛାତ୍ରୀର ପ୍ରେମିକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯିବ।

ଏହି ଘଟଣାରେ ପ୍ରକୃତରେ କେତେ ସତ କେତେ ଗୁଜବ ତାହାର ତଦନ୍ତ ପରେ ଜଣାପଡ଼ିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.