Home ଓଡ଼ିଶା ବହୁମତ ପ୍ରମାଣ କରିବେ ୟଦିୟୁରୁପ୍ପା

ବହୁମତ ପ୍ରମାଣ କରିବେ ୟଦିୟୁରୁପ୍ପା

86

କର୍ଣ୍ଣାଟକ,୨୯/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ):  ଆଜି ବିଧାନସଭାରେ ଶକ୍ତି ପରୀକ୍ଷା ଦେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିଧାନସଭାରେ ବହୁମତ ପ୍ରମାଣ କରିବେ ।

ସଂଖ୍ୟା ଗଣତିରେ ଆଗରେ ଥିବା ବିଜେପି ସରକାର ଆସ୍ଥାଭୋଟରେ ବିଜୟୀ ହେବାର ସମ୍ଭାବନା ରହିଥିବା ବେଳେ ଏହାପୂର୍ବରୁ କର୍ଣ୍ଣାଟକ ନାଟକରେ ଆଉ ଏକ ମୋଡ଼ ଆସିଛି । ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି ବାଚସ୍ପତି କେ. ଆର ରମେଶ କୁମାର ।

ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା । ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.