Home Top News ବର୍ଷିଆନ୍‌ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ : ମୁଖ୍ୟମନ୍ତ୍ରୀଙ୍କର ଶୋକ

ବର୍ଷିଆନ୍‌ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ : ମୁଖ୍ୟମନ୍ତ୍ରୀଙ୍କର ଶୋକ

60

ଭୁବନେଶ୍ୱର ୨୩ -୫ (ଓଡ଼ିଆ ପୁଅ) ବର୍ଷିଆନ୍‌ ନେତା ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ଅଳି ପଟ୍ଟନାୟକ। ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୯୭୭ରୁ ୧୯୮୦ ଓ ୧୯୮୯ରୁ ୧୯୯୬ ପର୍ଯ୍ୟନ୍ତ ଭୁବନେଶ୍ୱର ସାଂସଦ ଥିଲେ ଶିବାଜୀ ପଟ୍ଟନାୟକ। ଭୁବନେଶ୍ବରରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ ଶିବାଜୀ ପଟ୍ଟନାୟକ।

ଶିବାଜୀ ପଚ୍ଚନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତିଯେ, “ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.