Home ଜିଲ୍ଲା ପରିକ୍ରମା ବନ୍ତ ବ୍ଲକ ଗଣ୍ଡଗୋଳ ଘଟଣା: ୯ ଗିରଫ

ବନ୍ତ ବ୍ଲକ ଗଣ୍ଡଗୋଳ ଘଟଣା: ୯ ଗିରଫ

36

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରାମଚନ୍ଦ୍ରପୁର ଗ୍ରା:ପ: ମହିଳା ସଂଘର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଅନ୍ୟାୟ ଭାବରେ ବାହାର କରିବା ପ୍ରତିବାଦରେ ଗତକାଲି ସିପିଆଇ ଓ କଂଗ୍ରେସ ଦଳପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବେଳେ ଗଣ୍ଡଗୋଳ ଘଟିଥିଲା । ଏହି ଗଣ୍ଡଗୋଳରେ ପୁଲିସ ଓ ବ୍ଲକ କର୍ମଚାରୀଙ୍କୁ ମାଡ଼ ମାରିବା, ସରକାରୀ ନଥିପତ୍ର, ଆସବାବପତ୍ର, ଯନ୍ତ୍ରାଂଶ ନଷ୍ଟ କରିବା ଅଭିଯୋଗରେ ଥାନା ଓ ବ୍ଲକ ପ୍ରଶାସନ ପକ୍ଷରୁ ୨ ଗୋଟି ମାମଲା ରୁଜ୍ଜୁ ହୋଇଥିଲା । ଏହି ଘଟଣାରେ ପୁଲିସ ଗତକାଲି ରାତ୍ରରେ ଭଗବାନ ପଣ୍ଡା, ନାରଣ ସେଠୀ, ପଦ୍ମନାଭ ସ୍ୱାଇଁ, ରମେଶ ଜେନା, କାଳନ୍ଦି ଜେନା, କୁନ୍ତଳା ଜେନା, ପାର୍ବତୀ ଜେନା, ଉଷାରାଣୀ ବେହେରାଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରି ତଦନ୍ତ ଜାରୀ ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.