Home ଜିଲ୍ଲା ପରିକ୍ରମା ବନ୍ତରେ ବିପିଏମ,ବିଏଲସିଙ୍କୁ ମାଡ଼ ଘଟଣା, ସୁରକ୍ଷା ଦାବିରେ ମହିଳାସଂଘ ଦେଲା ଜିଲ୍ଲାପାଳଙ୍କୁ ଦାବିପତ୍ର

ବନ୍ତରେ ବିପିଏମ,ବିଏଲସିଙ୍କୁ ମାଡ଼ ଘଟଣା, ସୁରକ୍ଷା ଦାବିରେ ମହିଳାସଂଘ ଦେଲା ଜିଲ୍ଲାପାଳଙ୍କୁ ଦାବିପତ୍ର

114

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ /ସ୍ନିଗ୍ଧା ରାୟ) – ଗତକାଲି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ସିପିଆଇ ଓ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ ବେଳେ ତୁମଳକାଣ୍ଡ ଘଟିଥିଲା । ଏଥିରେ ବନ୍ତ ଥାନାର ଏକାଧିକ କର୍ମଚାରୀଙ୍କ ସମେତ ବ୍ଲକ ବିପିଏମ ବୀଣାପାଣି ପଣ୍ଡା ଓ ବିଏଲସି ସଶ୍ମିତା ସାହୁ ଗୁରୁତର ଆହତ ହୋଇଥିଲେ । କର୍ତ୍ତବ୍ୟରତ ସରକାରୀ ମହିଳା କର୍ମଚାରୀଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ ଦାବିରେ ଆଜି ଏହି ବ୍ଲକ ୨୫ ଗୋଟି ପଞ୍ଚାୟତର ପଞ୍ଚାୟତ ସ୍ତରୀୟ ସଭାନେତ୍ରୀ, ନଥିପତ୍ର ଲେଖିକା, ଗୋଷ୍ଠୀ ସହାୟିକା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଓ ବିସି ପ୍ରମୁଖ ବ୍ଲକ ପରିସରରେ ଥିବା ମିଶନଶକ୍ତି ଗୃହ ନିକଟରେ ଏକତ୍ରିତ ହୋଇଥିଲେ । ସମସ୍ତ ନୀତି ନିୟମକୁ ଉଲଙ୍ଘନ କରାଯାଇ ମହିଳା କର୍ତ୍ତବ୍ୟରତ ଅଧିକାରୀଙ୍କୁ ଏକାଧିକ ଲୋକ ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେଇ ଲୁଟ ତରାଜ କରି ଭୟର ବାତାବରଣ ସୃଷ୍ଟି କରିବା ଭଳି ଘଟଣାକୁ ନେଇ ଆଲୋଚନା ହୋଇଥିଲା । ଗଣତନ୍ତ୍ର ସମାଜରେ ଏହା ସୁସ୍ଥ ଲକ୍ଷଣ ନୁହେଁ । ବ୍ଲକ ସ୍ତରରେ ଯଦି ଏଭଳି ଆତଙ୍କରାଜ ଚାଲୁଛି ତେବେ ଯେଉଁମାନେ ପଞ୍ଚାୟତ ସ୍ତରରେ କାର୍ଯ୍ୟରତ ଅଛନ୍ତି ସେମାନେ ନିଜକୁ ଅସହାୟ ମଣୁଛନ୍ତି ବୋଲି ମତପ୍ରକାଶ ପାଇଥିଲା । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ସହିତ ଭିଜିଲାନ୍ସକୁ ଏହାର ତଦନ୍ତ ଦାୟିତ୍ୱ ଦେବା ଦାବୀରେ ବିଡ଼ିଓ ରେବେକା ବିଲୁଙ୍ଗଙ୍କ ସମେତ ଜିଲ୍ଲାପାଳ ଓ ପିଡ଼ିଙ୍କୁ ସଂଘର ନେତ୍ରୀମାନେ ଦାବିପତ୍ର ଦେଇଛନ୍ତି । ନ୍ୟାୟ ନ ମିଳିଲେ ବାଧ୍ୟ ହୋଇ ସେମାନେ ପଞ୍ଚାୟତ, ବ୍ଲକ ଆବଶ୍ୟକ ହେଲେ ଜିଲ୍ଲା କାର୍ଯ୍ୟାଳୟ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଚେତାବନି ଦେଇଛନ୍ତି । ଏଥିରେ ପୁଷ୍ପାରାଣୀ ପଣ୍ଡା, ଜ୍ୟୋର୍ତିମୟୀ ପଣ୍ଡା, କମଳା ମିଶ୍ର, ନମିତା ସାହୁ, ପାର୍ବତୀ ପ୍ରଧାନ, ମାଣିକ ବେହେରା, ସୁକାନ୍ତି ପଢିଆରୀ, ତିଳୋତ୍ତମା ବାରିକ, ଉନ୍ନତିବାଳା ଦାସ, କଳ୍ପନା ପଣ୍ଡା, ଅନ୍ନପୂର୍ଣ୍ଣା ରାଉତ, ନିରୂପମା ଦାସ, ନମିତା ସାହୁ, ସ୍ୱର୍ଣ୍ଣଲତା ବେହେରା, ରେବତୀ ବେହେରା, ତୁଳସୀ ଜେନା, ପାର୍ବତୀ ସେଠୀ, ନିରୂପମା ପ୍ରଧାନ, ନିର୍ମଳା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.