Home ଜିଲ୍ଲା ପରିକ୍ରମା ପ୍ରେମ ଏକ ତ୍ୟାଗପୂତ ପ୍ରାର୍ଥନା, ପ୍ରେମ ଆଧାରିତ ଦୁଇ ପୁସ୍ତକର ଲୋକାର୍ପଣ

ପ୍ରେମ ଏକ ତ୍ୟାଗପୂତ ପ୍ରାର୍ଥନା, ପ୍ରେମ ଆଧାରିତ ଦୁଇ ପୁସ୍ତକର ଲୋକାର୍ପଣ

78

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରେମ କେବେ ସରେ ନାହିଁ କି ମରେ ନାହିଁ । ହୃଦୟର ଗହୀର ଜରିପକା ବଖରାରେ ଅଦେଖା କ୍ଷତଟିଏ ପରି ତାହା ଛପି ରହିଥାଏ । ମହମହ ବାସୁଥାଏ ଚିରକାଳ । ପ୍ରେମ ବୟସରେ ନଥାଏ, ଥାଏ ମନରେ । ଅନ୍ୟଜଣଙ୍କ ପାଖରେ ନିଜକୁ ସମ୍ପୂର୍ଣ୍ଣ ଭାବେ ଅଜାଡ଼ ଦେଇ ନିସ୍ୱ ପାଳଟିଯିବାର ବିରଳ ଅନୁଭବ ପ୍ରେମରୁ ମିଳୁଥିବାରୁ ପ୍ରେମ ଏକ ତ୍ୟାଗପୂତ ପ୍ରାର୍ଥନା । ନାରୀ ପୁରୁଷର ସମ୍ପର୍କରେ ସମର୍ପଣ ଭାବ ଥିଲେ ତାହା ପ୍ରେମ ଏବଂ ସମର୍ପଣ ଭାବ ନ ଥାଇ ସ୍ୱାର୍ଥ ନିହିତ ଥିଲେ ତାହା ଅପରାଧ ବୋଲି ସ୍ଥାନୀୟ ଏକ ହୋଟେଲର ସମ୍ମିଳନୀ କକ୍ଷରେ କୋଭିଡ଼ ଗାଇଡ ଲାଇନ ମଧ୍ୟର ଅନୁଷ୍ଠିତ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ସମ୍ପାଦିତ ‘ପ୍ରେମରେ ପ୍ରେମରେ ଅପରାଧ’ ଓ ‘ ପ୍ରେମରେ ପ୍ରେମରେ ସ୍ୱୀକାରୋକ୍ତି’ ଶୀର୍ଷକ ଦୁଇଟି ପୁସ୍ତକର ଅପାରମ୍ପରିକ ଲୋକାର୍ପଣ ଉତ୍ସବରେ ମତ ପ୍ରକାଶ ପାଇଛି । ପ୍ରାଧ୍ୟାପକ ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବନ୍ଧୁ ମିଳନରେ ଝାରସୁଗୁଡା ଆରକ୍ଷୀ ଅଧୀକ୍ଷକ ବିକାଶ ଚନ୍ଦ୍ର ଦାଶ ମୁଖ୍ୟଅତିଥି ଏବଂ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ କବି ମଧୁସୂଦନ ଦାସ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ‘ପ୍ରେମ ପୃଥିବୀ’ ପତ୍ରିକାର ସମ୍ପାଦକ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପସ୍ଥିତ ସାହିତ୍ୟିକଙ୍କ ମଧ୍ୟରୁ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଇଂ ଅଭୟ ସୂତାର, କାହ୍ନୁ ଚରଣ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରବିନାରାୟଣ ଖିଲାର, ଅବିନାଶ ପଣ୍ଡା, ରୋ. ଶିଶିର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଅଧ୍ୟାପକ ରୋ. ନାସିର ବକ୍ସ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.