Home ଜିଲ୍ଲା ପରିକ୍ରମା ଅଧପନ୍ତରିଆ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ତେଜୁଛି ଅସନ୍ତୋଷ

ଅଧପନ୍ତରିଆ ଅଙ୍ଗନୱାଡ଼ି କେନ୍ଦ୍ରକୁ ନେଇ ତେଜୁଛି ଅସନ୍ତୋଷ

70

ଭଦ୍ରକ, ୨୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଶିକ୍ଷାର ଉନ୍ନତ ବ୍ୟବସ୍ଥା ପାଇଁ ଅଙ୍ଗନୱାଡ଼ି ଠାରୁ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବା ସହ ତା’ର ଭିତ୍ତି ଭୂମି ସୁଦୃଢ କରିବାପାଇଁ ପ୍ରଥମତଃ ଘରନିର୍ମାଣ ପାଇଁ ଟଙ୍କା ଅନୁଦାନ ଦିଆଯାଇ ସେଠାରେ ପିଲାମାନେ ଖେଳକୁଦ ଓ ଶିକ୍ଷା ଆରମ୍ଭ କରିବା ପାଇଁ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରାଯାଇଥାଏ । ହେଲେ ଅଙ୍ଗନୱାଡ଼ି ଘରନିର୍ମାଣ ଅଧପନ୍ତରିଆ କରି ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତୁରାରେ ଟଙ୍କା ଉଠାଇନେବା ଫଳରେ ଘରେ ଏବେ ଅଧପନ୍ତରିଆ ହୋଇ ପଡ଼ିରହିଛି । ଏନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଖବରରୁ ପ୍ରକାଶଯେ ଧାମନଗର ବ୍ଲକର ଅସୁରାଳି ପଞ୍ଚାୟତର ବକ୍ସିପାଟଣା ଗ୍ରାମରେ ଥିବା ଏକ ଅସମ୍ପୁର୍ଣ୍ଣ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରାୟ ୭ବର୍ଷ ହେବ ନିର୍ମାଣ ହେଉଥିଲେ ମଧ୍ୟ ଆଜିସୁଦ୍ଧା ତାହା ସମ୍ପୁର୍ଣ୍ଣ ହୋଇପାରିଲା ନାହିଁ । ଏହି ଅର୍ଦ୍ଧ ନିର୍ମିତ ଅଙ୍ଗନୱାଡ଼ି ଗୃହରେ ଅସାମାଜିକ କାର୍ଯ୍ୟ ସାଙ୍ଗକୁ ନିଷା ଦ୍ରବ୍ୟ କାରବାର ଚାଲୁ ରହିଛି । ଏନେଇ ସ୍ଥାନୀୟ ଗଣେଷ ନଗର ଏବଂ ବକ୍ସିପାଟଣା ଗ୍ରାମର ଗ୍ରାମବାସୀ ଓ ଅବିଭାବକ ମାନେ ତୁରନ୍ତ ଆଜି ପ୍ରତିବାଦ କରିବା ସହିତ ତୁରନ୍ତ କାର୍ଯ୍ୟ ସାରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି ।

ସୂଚନା ଯୋଗ୍ୟଯେ ୨୦୧୫-୧୬ ମସିହାର ମହିଳା ଓ ଶିଶୁ ବିକାଶ ପକ୍ଷରୁ ସ୍ଥାନୀୟ ଅସୁରାଳି ସ୍ଥିତ ଇଲେକ୍ଟ୍ରି ଷ୍ଟ୍ରକଚର ପଡ଼ିଆ ନିକଟରେ ବକ୍ସି ଅଙ୍ଗନ ୱାଡ଼ି କେନ୍ଦ୍ର ନିର୍ମାଣ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ଆସିଥିଲା ଏବଂ ତାହା ଘର ମଧ୍ୟ ଆରମ୍ଭ ହୋଇଥିଲା । କେବଳ ଛାତ ପଡ଼ିଥିବାବେଳେ ଆଜି ପର୍ଯ୍ୟନ୍ତ ଘର ସମ୍ପୁର୍ଣ୍ଣ ହୋଇ ପାରିଲା ନାହିଁ । ଅପରପକ୍ଷେ ୫ଲକ୍ଷ ଟଙ୍କାର କାର୍ଯ୍ୟ ଶେଷ ହୋଇନଥିବାବେଳେ ଅସମ୍ପୁର୍ଣ୍ଣ ଘରକୁ ଦେଖାଇ ସମ୍ପୁର୍ଣ୍ଣ ଅର୍ଥ ଜେଇ ଓ ଠିକାଦର ଉଠାଇ ନେଇଛନ୍ତି । ଯାହାଫଳରେ କାର୍ଯ୍ୟ ଶେଷ ହୋଇ ପାରିଲା ନାହିଁ । ଏହି ଅର୍ଦ୍ଧନିର୍ମିତ ଗୃହ ନିର୍ମାଣ ପାଇଁ ସ୍ଥାନୀୟ ଗ୍ରମାବାସୀ ମାନେ ବାରମ୍ବାର ଜିଲ୍ଳାପାଳ ଓ ସିଡ଼ିପିଓଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିଲା ନାହିଁ । ଏହି ପ୍ରତିବାଦରେ ଆଜି ଗ୍ରାମବାସୀମାନେ ଏହି ଅଙ୍ଗନୱାଡ଼ି ପାଖରେ ଠିଆ ହୋଇ ପ୍ରତିବାଦ କରିବା ସହିତ ୧ମାସ ମଧ୍ୟରେ କାର୍ଯ୍ୟ ସମ୍ପୁର୍ଣ୍ଣ ନହେଲେ ଭଦ୍ରକ- ଆଖଣ୍ଡଳମଣୀ ରାସ୍ତାର ଅସୁରାଳି ଠାରେ ରାସ୍ତାରୋକ କରାଯିବବୋଲି ସେମାନେ ଦାବି କରିଥିଲେ । ତେବେ ଏହି ଅଙ୍ଗନୱାଡ଼ି କେନ୍ଦ୍ର ସମ୍ପୁର୍ଣ୍ଣ କରିବାପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ସୁଧା କୌଣସି ପଦକ୍ଷେପ ନିଆଯାଇନାହିଁ ବୋଲି ଅଙ୍ଗନୱାଡ଼ି କର୍ମୀ ବିଦ୍ୟୁତଲତା ନାୟକ ଅଭିଯୋଗ କରିଥିଲେ । ତେବେ ଏପରି ଅଭିଯୋଗ ମୋର ହସ୍ତଗତ ହୋଇଛି ଖୁବ୍ ଶୀଘ୍ର ସମଶ୍ୟାର ସମାଧାନ କରାଯିବବୋଲି ସିଡ଼ିପିଓ ନମିତା ଦାସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.